www.samajalive.in
Saturday, December 6, 2025
15.1 C
Bhubaneswar

ଜୀବନ ବଞ୍ଚାଇଲେ କରୋନା ଯୋଦ୍ଧା

ଫୁଲବାଣୀ: ଏକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଜଣେ ବାଇକ୍‍ ଆରୋହୀଙ୍କର ଆଜି ଜୀବନ ବଞ୍ଚାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦୁର୍ଗମ ଇନ୍ଦ୍ରଗଡ଼ ପଞ୍ଚାୟତର ପୋଡ଼େଇଦମକ ଘାଟିରେ।
ସୂଚନା ଅନୁସାରେ, ରଣବା ପଞ୍ଚାୟତର ସିଙ୍ଗାରିମାହା ଗ୍ରାମର ଲଣ୍ଡା ନାୟକ ଓ ଅନ୍ୟଜଣେ ନିଜ ଗ୍ରାମରୁ ରାଇକିଆ ଆଡ଼େ ଏକ ବାଇକରେ ଯାଉଥିବା ବେଳେ ଉକ୍ତ ଘାଟିରେ ବାଇକଟି ଭାରସାମ୍ୟ ହରାଇ ପଡିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବାଇକ୍‍ ଚାଳକ ଲଣ୍ଡା ନାୟକ ଗୁରୁତର ହୋଇ ପଡ଼ିଥିବା ବେଳେ ଅନ୍ୟଜଣେ ମଧ୍ୟ ଆହତ ହୋଇଥିଲେ। ତେବେ ଉକ୍ତ ଅପହଞ୍ଚ ଇଲାକାରେ ଦୀର୍ଘ ସମୟ ଧରି ସେମାନେ ପଡ଼ିରହିଥିବା ବେଳେ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ନଥିବା ଯୋଗୁଁ କେହି ମଧ୍ୟ ସହଯୋଗ କରିପାରି ନ ଥିଲେ। ତେବେ ଏହି ସମୟରେ ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରର ଅରୋଗ୍ୟ ଟିମ୍‍ ଡ଼.ପବିତ୍ର ମୋହନ ବିଶ୍ୱାଳଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଇନ୍ଦ୍ରଗଡ଼ ଫେରିବା ବେଳେ ଉକ୍ତ ନିଛାଟିଆ ରାସ୍ତାରେ ବାଇକ୍‍ ଆରୋହୀଜଣକ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖି ତୁରନ୍ତ ଦେଖାଇଥିଲେ ମାନବିକତା। ଖୋଦ୍‍ ଡ଼ାକ୍ତର ଶ୍ରୀ ବିଶ୍ୱାଳଙ୍କ ସମେତ ଫାର୍ମାସିଷ୍ଟ୍‍ ରୁପେଶ କୁମାର ସାହୁ, ଏ.ଏନ୍‍.ଏମ୍‍ ନିମିନା ପ୍ରଧାନ ପ୍ରମୁଖ ତୁରନ୍ତ ଉକ୍ତ ଗୁରୁତର ଯୁବକକୁ ଉଦ୍ଧାର କରି ନିଜ ଆରୋଗ୍ୟ ଗାଡ଼ିରେ ଆଣି ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର କଲ୍ଲଲ ପ୍ରକାଶ ପ୍ରଧାନ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ ଅଧିକ ଚିକିତ୍ସା ପାଇଁ ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାଯାଇଛିା

ରିପୋର୍ଟ ଲେଖାହେବା ସୁଦ୍ଧା ଯୁବକଜଣକ ଭଞ୍ଜନଗର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କରୋନା ଯୋଦ୍ଧାମାନଙ୍କର ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‍ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories