www.samajalive.in
Monday, December 8, 2025
24.1 C
Bhubaneswar

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କଲା ୫ ଜଣିଆ ଟିମ୍

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ଆଦିତ୍ୟଙ୍କ ମୃତ୍ୟୁ କାହିଁକି ଓ କିପରି ହେଲା ତାହାର ଥଳକୁଳ ପାଉନାହିଁ ପୁଲିସ । ଆଦିତ୍ୟଙ୍କ ପତ୍ନୀ, ବନ୍ଧୁ, ତାଙ୍କ ସଂଗଠନର ସଦସ୍ୟ ସମସ୍ତେ ପୁଲିସ ସନ୍ଦେହ ଘେରରେ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନୂଆ ସୂତ୍ର ପୁଲିସକୁ ଚକାଭଉରୀ ମଧ୍ୟରେ ପକାଇ ଦେଇଛି ।  ମୃତ୍ୟୁ ରହସ୍ୟ ଖୋଲିବାରେ ଯେତିକି ବିଳମ୍ବ ହେଉଛି, ସେତିକି ନୂଆ ନୂଆ ରୋଚକ ତଥ୍ୟ ରେଳବାଇ ପୁଲିସ ହାତରେ ଲାଗୁଛି। ଯଦି ଟ୍ରେନ୍ ଧକ୍କାରେ ଆଦିତ୍ୟ ମୃତ୍ୟୁବରଣ କରିନାହାନ୍ତି, ତେବେ ତାଙ୍କ ମୃତ୍ୟୁ କେମିତି ହେଲା ବୋଲି ସ୍ବାଭାବିକ ପ୍ରଶ୍ନ ଉଠିଛି ।

ଆଦିତ୍ୟଙ୍କ ମୃତ୍ୟୁ ଯେଉଁ ସମୟରେ ଟ୍ରେନ୍‌ ଧକ୍କା ଲାଗି ହୋଇଛି ସେହି ସମୟରେ ପାଖାପାଖି ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ରାଜଧାନୀକୁ ଆସୁଥିବାରୁ ସେଥିରେ ଧକ୍କା ହୋଇଥିବା ଆଶଙ୍କା କରି ଏହାର ଲୋକପାଇଲଟ୍‌ଙ୍କୁ ଜେରା କରାଯାଇଥିଲା। ଗତ ୬ ତାରିଖ ସଂଧ୍ୟାରେ ଯେଉଁ ଟ୍ରେନ୍‌ ସବୁ ଲିଙ୍ଗରାଜ ଷ୍ଟେସନ୍‌ ଅତିକ୍ରମ କରିଥିଲା। ପୁଲିସ ସମସ୍ତ ଟ୍ରେନର ମେମୋ ମାଗିଥିଲା। ହେଲେ କୌଣସି ଟ୍ରେନ୍‌ ଚାଳକ ମେମୋ ଦେଇ ନ ଥିଲେ। ତଥାପି ଶୁକ୍ରବାର ପୁରୁଷୋତ୍ତମ ଏକ୍ସପ୍ରେସ ଲୋକୋ ପାଇଲଟଙ୍କୁ  ରେଳବାଇ ପୁଲିସ ଜେରା କରିବା ବେଳେ ସେ କହିଥିଲେ ତାଙ୍କ ଇଞ୍ଜିନରେ କେହି ଧକ୍କା ହୋଇ ନ ଥିବା ସେ କହିଛନ୍ତି। ଗଣମାଧ୍ୟମକୁ ବି ସମାନ କଥା କହିଛନ୍ତି। ଏହାପରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅଧିକ ସସ୍‌ପେନ୍ସ ବଢ଼ିଛି। ପୁଲିସ ଅଡୁଆରେ ପଡ଼ିଛି। ସେହିପରି ରେଳବାଇ ଥାନାର ତଦନ୍ତକାରୀ ଅଧିକାରୀଙ୍କ ସମେତ ଏକ ୫ ଜଣିଆ ଟିମ୍‌ ଶୁକ୍ରବାର ବିଦ୍ୟାଶ୍ରୀଙ୍କ ଘରକୁ ଯାଇ ସଂଧ୍ୟା ୬ଟାଠାରୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା।
ଆଦିତ୍ୟଙ୍କ ସହଯୋଗୀମାନଙ୍କୁ ଜେରା ବେଳେ ମଧ୍ୟ ପୁଲିସକୁ ହତ୍ୟା କରାଯିବା ନେଇ କୌଣସି ସୁରାକ୍‌ ମିଳିନାହିଁ। ତେଣୁ ଆଦିତ୍ୟଙ୍କ ବଲାଙ୍ଗୀରସ୍ଥିତ ଅନ୍ତରଙ୍ଗ ବନ୍ଧୁ ବିଶ୍ବ ଭୋଇଙ୍କୁ ଜେରା କରିବା ଲାଗି ପୁଲିସ ନୋଟିସ ଜାରି କରିଛି। ଅନ୍ୟପକ୍ଷରେ ବିଦ୍ୟାଶ୍ରୀଙ୍କୁ ଜେରା କରିବା ସହିତ ତାଙ୍କର ପୂର୍ବ ରେକର୍ଡ ଖୋଜିବା ଆରମ୍ଭ କରିଛି। ବିଦ୍ୟାଶ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ପୁଲିସ ଆଦିତ୍ୟଙ୍କ ସମ୍ପର୍କରେ କିଛି ନିଷ୍ପତ୍ତି ନେବ।  ଆଦିତ୍ୟଙ୍କ ଭଡ଼ା ଘରଠାରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି। ଅନ୍ୟ କେଉଁଠାରେ ସିସିଟିଭି ରହିଛି କି ନାହିଁ ତାହାର ଅନୁସନ୍ଧାନ ଚଳାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories