www.samajalive.in
Saturday, December 6, 2025
15.1 C
Bhubaneswar

ମାସକ ମଧ୍ୟରେ ସ୍ଥିତି ସୁଧୁରିବ

ଭୁବନେଶ୍ବର,  (ଆ.ପ୍ର): ମାସକ ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ମହାମାରୀ ଯୋଗୁଁ ରାଜ୍ୟରେ ସଂକ୍ରମଣ ତଳଉପର ହେଉଛି। ଏହାଛଡ଼ା ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ହେବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସାଳୟରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ୯ ପ୍ରତିଶତ କମିଛି ବୋଲି ଡା. ମହାପାତ୍ର କହିଛନ୍ତି।

ମାତ୍ର ଆମକୁ କରୋନା ନିମୟ ମାନିବାକୁ ପଡିବ ବୋଲି ସେ ଗୁରୁତ୍ବ ଦେଇଛନ୍ତି। ରାଜ୍ୟରେ ସଂକ୍ରମଣ ସ୍ଥିତିରେ ନିୟନ୍ତ୍ରଣ ଆସୁଥିବାବେଳେ କରୋନାଜନିତ ମୃତ୍ୟୁରେ ଲାଗୁନି ଅଙ୍କୁଶ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୫୦୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି। ମୟୂରଭଞ୍ଜ ଓ ଯାଜପୁର ୩ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରୁ, କଟକ, ସୁନ୍ଦରଗଡ଼ ଜିଲାରୁ ୨ ଲେଖାଏଁ ଏବଂ ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, କେନ୍ଦ୍ରାପଡ଼ା, ପୁରୀ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୩୨୯ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ଖୋର୍ଦ୍ଧା ସର୍ବାଧିକ ୩୩୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଅନୁଗୋଳ ୫୧, ବାଲେଶ୍ୱର ୩୦, ବରଗଡ଼ ୨୧, ଭଦ୍ରକ ୨୦, ବଲାଙ୍ଗୀର ୩୩, ବୌଦ୍ଧ ୧୦, କଟକ ୮୩, ଦେଓଗଡ଼ ୨୫, ଢେଙ୍କାନାଳ ୪୨, ଗଜପତି ୩୭, ଗଞ୍ଜାମ ୨୬, ଜଗତସିଂହପୁର ୪୨, ଯାଜପୁର ୫୫, ଝାରସୁଗୁଡ଼ା ୧୭, କଳାହାଣ୍ଡି ୪୦, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୯, କେନ୍ଦୁଝର ୩୬, କୋରାପୁଟ ୨, ମାଲକାନଗିରି ୮, ମୟୂରଭଞ୍ଜ ୧୦୮, ନବରଙ୍ଗପୁର ୧୯, ନୟାଗଡ଼ ୫୩, ନୂଆପଡ଼ା ୨୫, ପୁରୀ ୫୪, ରାୟଗଡ଼ା ୩୧, ସମ୍ବଲପୁର ୨୬, ସୋନପୁର ୨୨, ସୁନ୍ଦରଗଡ଼ରୁ ୧୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨ ଲକ୍ଷ ୬୯ହଜାର ୮୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୯ହଜାର ୩୮୬ ସଂକ୍ରମିତ ଚିକିତ୍ସାଧୀନ ଥିବାବେଳେ ମୋଟ ୧୨ଲକ୍ଷ ୪୧ହଜାର ୫୯୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories