www.samajalive.in
Friday, December 12, 2025
16.1 C
Bhubaneswar

ତାଲା ବନ୍ଦ : ଏମିତି କାଟନ୍ତୁ ସମୟ…

– ସମ୍ପୂର୍ଣ୍ଣ ଲକଡାଉନ କାରଣରୁ ଲୋକେ ଘରେ ବସିବସି ବିରକ୍ତ ନ ହେବା ନିମନ୍ତେ ଟେଲିଫୋନ ବା ସାମାଜିକ ଗଣମାଧ୍ୟମ ଯୋଗେ ନିଜ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରନ୍ତୁ।
– ସ୍ବାସ୍ଥ୍ୟକର ଆହାର ରାନ୍ଧି ଖାଆନ୍ତୁ। ଉତ୍ତମ ନିଦ୍ରା ଯାଆନ୍ତୁ। ଉପଯୁକ୍ତ ସମୟରେ ବ୍ୟାୟାମ ଓ ଧ୍ୟାନ କରନ୍ତୁ। ଟେଲିଭିଜନ ଦେଖନ୍ତୁ ଓ ଗୀତ ଶୁଣନ୍ତୁ।
– ନିଜର ମନ ପରିବର୍ତ୍ତନ କରିବା ଲାଗି ଧୂମପାନ, ନିଶାସେବନ ଭଳି କାର୍ଯ୍ୟ କରନ୍ତୁ ନାହିଁ।
– ପରିସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଟେଲିଫୋନ ଯୋଗେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
– ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଆବଶ୍ୟକ ପ୍ରତିଷେଧକ ସମ୍ବନ୍ଧରେ ସଚେତନ ହୁଅନ୍ତୁ।
– ଚିତ୍ର ଅଙ୍କିବା ଅଥବା କିଛି କଳାକୃତି ପ୍ରସ୍ତୁତ କରିବା ଭଳି କୌଣସି ବିଶେଷ ଦକ୍ଷତା ଥିଲେ ସମୟ ବିତାଇବା ଲାଗି ତାହାର ସଠିକ ଉପଯୋଗ କରନ୍ତୁ।
– ବିଶେଷକରି ଘରୁ ବାହାରକୁ ଯାଇ ପାରୁ ନ ଥିବାରୁ ପିଲାମାନେ ବେଶୀ ବିରକ୍ତିଭାବ ପ୍ରକାଶ କରିପାରନ୍ତି। ଏମିତିରେ ସେମାନଙ୍କ ମନୋଭାବକୁ ବୁଝି ସେ କ’ଣ କହୁଛନ୍ତି ତାହା ଧ୍ୟାନ ପୂର୍ବକ ଶୁଣନ୍ତୁ। ତାଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ।
– ଏହି ସମୟରେ ଶିଶୁମାନେ ଯେଭଳି ଦୁଷ୍ଟ ନ ହୋଇ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବେ ସେଥିନେଇ ସେମାନଙ୍କ ହାତରେ ମୋବାଇଲ ଫୋନ ଧରାଇବାର ଭୁଲ କରନ୍ତୁ ନାହିଁ। ବରଂ ସେମାନଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ।
– ପୂର୍ବବତ ନିର୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ପିଲାମାନଙ୍କର ଖାଇବା, ପିଇବା, ଶୋଇବା, ଖେଳିବା ଓ ପାଠପଢା କାମ କରନ୍ତୁ।
– ସେମାନଙ୍କୁ ପରିସ୍ଥିତି ସମ୍ବନ୍ଧରେ ଓ ତାହାର ନିରାକରଣ ବିଷୟରେ କିଛିକିଛି ସୂଚନା ଦିଅନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories