୨୪ ତାରିଖ ମଧ୍ୟ ରାତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଔଷଧ ଦୋକାନ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବା କାରଖାନା, ପେଟ୍ରୋଲ ପମ୍ପ, ସିଏନଜି ଆଦି ଖୋଲା ରହିବ। ସେହିପରି ହୋଟେଲ ଓ ରେସ୍ତୋରାଁ, ବନ୍ଦ ରହିବ। ମଲ, ବଡ଼ବଡ଼ ଦୋକାନ, ହଲ, ଜିମ୍,ସ୍ପା ଓ ସ୍ପୋର୍ଟ୍ସ କ୍ଲବଗୁଡ଼ିକୁ ଯାଇ ପାରିବେ ନାହିଁ। ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ। ତେଣୁ ବସ କିମ୍ବା ଟ୍ରେନ ଚାଲିବ ନାହିଁ। ଅତି ଆବଶ୍ୟକ ହେଲେ ବେସରକାରୀ ଗାଡ଼ିି ଚାଳକଙ୍କୁୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯିବା ପାଇଁ ଅନୁମତି ଦିଆଯିବ। ଔଷଧ କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା, ରାସନ, କ୍ଷୀର ଓ ପନିପରିବା କିଣିବା ପାଇଁ ବାହାରକୁ ଯାଇ ପାରିବେ। ଔଷଧ କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀ ପ୍ରସ୍ତୁତ କାରଖାନା ବ୍ୟତୀତ ଅନ୍ୟ ସମସ୍ତ କାରଖାନା ଓ ଖାଦ୍ୟ ମହଜୁଦ ଗୋଦାମ ବ୍ୟତୀତ ଅନ୍ୟ ଗୋଦାମ ବନ୍ଦ ରହିବ। ସାପ୍ତାହିକ ହାଟ ବନ୍ଦ ରହିବ। ପ୍ରତିରକ୍ଷା, କେନ୍ଦ୍ରୀୟ ପୁଲିସ ବଳ, ରାଜସ୍ବ ବିଭାଗ, ବିପର୍ଯ୍ୟୟ ପ୍ରଶମନ ବିଭାଗ, ବିଜୁଳୀ ଶକ୍ତି ଉତ୍ପାଦନ ଓ ବିତରଣ ବିଭାଗ, ଡାକଘର, ଜାତୀୟ ସୂଚନା କେନ୍ଦ୍ର, ବୈଜ୍ଞାନିକ ପୂର୍ବାନୁମାନ ଓ କାରୀଗରୀ କୌଶଳ ବିଭାଗ, ଜଳବାୟୁ ଓ ପାଣିପାଗ, ପୁଲିସ୍, ହୋମଗାର୍ଡ଼, ସାଧାରଣ ସୁରକ୍ଷା, ଦମକଳ, ଜେଲ ଓ ଜିଲା ପ୍ରଶାସନଙ୍କ ଦପ୍ତର ଖୋଲା ରହିବ। ସହରାଞ୍ଚଳରେ ପରିମଳ କାର୍ଯ୍ୟ ଜାରି ରହିବ।
Popular Categories



