www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ମୁକାବିଲା ପାଇଁ ଜନ ସହାୟତା କେନ୍ଦ୍ର ଆରମ୍ଭ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ। ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସେଣ୍ଟର ଫର୍‌ ୟୁଥ୍ ଆଣ୍ଡ୍ ସୋସିଆଲ୍‌ ଡେଭ୍‌ଲପ୍‌ମେଣ୍ଟ(ସିୱାଇଏସ୍‌ଡି) ଏବଂ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ୮୮୮୦୫୯୨୫୯୨ ଜାରି କରିଛନ୍ତି। ଜନସାଧାରଣ ଲାଗି କେନ୍ଦ୍ରର ନିଶୁଳ୍କ ନମ୍ବର ସପ୍ତାହକୁ ସାତଦିନ ଖୋଲା ରହିବ ଏବଂ ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ ଟା ମଧ୍ୟରେ ଫୋନ୍ କରି ସେମାନେ କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପରାମର୍ଶ ପାଇପାରିବେ ବୋଲି ସୂଚନା ଦିଆଯାଇଛି।
ଉକ୍ତ ନମ୍ବରକୁ ଫୋନ କରି ରାଜ୍ୟର ଜନସାଧାରଣ କରୋନା ଭୂତାଣୁ ସମ୍ପର୍କିତ ସଠିକ୍ ସୂଚନା ସହ ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ, ଯୋଜନା, ସୁବିଧା ଓ ସୁଯୋଗ ସମ୍ପର୍କରେ ତଥ୍ୟ ମଧ୍ୟ ପାଇପାରିବେ। ଏହା ସହ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏହି ଫୋନ୍ ଯୋଗେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିପାରିବେ।
ରାଜ୍ୟରେ ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଅନେକ ଲୋକ ମାନସିକ ଚାପର ଶୀକାର ହେଉଛନ୍ତି ଓ ସେମାନଙ୍କୁ ପରାମର୍ଶ ବା କାଉନ୍ସେଲିଂର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପେଷାଦାର ମାନସିକ ସମସ୍ୟା ପରାମର୍ଶଦାତା ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି। ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ। ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଶୁଣି ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ଏହି ଜନ ସହାୟତା କେନ୍ଦ୍ରରେ ବ୍ୟବସ୍ଥା ରହିଛି। ସିୱାଇଏସ୍‌ଡି ନିଜ ସହଯୋଗୀ ଅନୁଷ୍ଠାନ ହ୍ୟୁମାନ୍ କନ୍‌ଟେକ୍‌ଷ୍ଟ, ହେଲ୍‌ଥ ବୁଟ୍ ଓ ଆଇନାଙ୍କ ଦ୍ୱାରା ଏହି ସହାୟତା କେନ୍ଦ୍ରଟିକୁ ପରିଚାଳନା କରାଯାଉଛି ବୋଲି ଶ୍ରୀ ଜଗଦାନନ୍ଦ ସୂଚନ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories