www.samajalive.in
Saturday, December 6, 2025
16.1 C
Bhubaneswar

କୁଲଡିହା ଅଭୟାରଣ୍ୟରେ କୁଟ୍ରା ଶିକାର, ମାଂସ ଭାଗ ବଣ୍ଟା ବେଳେ ଧରା ହେଲା ଶିକାରୀ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟକୁ ଅବାଧରେ ପଶି କେତେକ ଶିକାରୀ ଏକ କୁଟ୍ରାକୁ ଶିକାର କରିଛନ୍ତି। ତେବେ ଏହି ବନ୍ୟଜନ୍ତୁର ମୃତଦେହକୁ ଆଣି ମାଂସ ଭାଗ ବଣ୍ଟା କରୁଥିବା ବେଳେ ବନବିଭାଗ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛି।

ନୀଳଗିରି ଥାନା ତଥା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗାଁର କେତେକ ଶିକାରୀ କୁଲଡିହା ଜଙ୍ଗଲକୁ ପଶି ଶିକାର କରିଥିଲେ। କୁଲଡିହାର ପଞ୍ଚଲିଙ୍ଗେଶ୍ୱର ବିଟ ଅଧୀନରେ ଥିବା ହାଡ଼ୱାରନାଳ ଅଞ୍ଚଳରେ ଶିକାରୀମାନେ କୁଟ୍ରାକୁ ମାରି ତା’ ମୃତ ଦେହକୁ ଗାଁକୁ ନେଇ ଆସିଥିଲେ। ଏହି ଶିକାରୀମାନେ ଗାଁରେ ବସି ମାଂସ ଭାଗ ବଣ୍ଟା କରିଥିବା ସମୟରେ କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ପରମାନନ୍ଦ ନାୟକ, ସୌମ୍ୟରଞ୍ଜନ ମାଝୀ, ଗାର୍ଡ଼ ରାମେଶ୍ୱର ମୁର୍ମୁ, ଜ୍ୟୋତ୍ସ୍ନା ଦତ୍ତଙ୍କ ସମେତ ସବୁଜବାହିନୀ କର୍ମଚାରୀମାନେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ କେତେକ ଶିକାରୀ ଦୌଡ଼ି ଖସି ଯାଇଥିବା ବେଳେ ଶିକାରୀ ମଧୁ ସିଂ (୪୦) ବନବିଭାଗ ହାତରେ କାବୁ ହୋଇଛି। ତା’ ନିକଟରୁ ମୃତ କୁଟ୍ରାର କଟାମୁଣ୍ଡ, ଅଢ଼େଇ କିଲୋରୁ ଅଧିକ ମାଂସ, ଚମଡ଼ା, ଛୁରୀ, କାଠଗଣ୍ଡି ଆଦି ଜବତ କରାଯାଇଛି। ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଯାଇଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories