www.samajalive.in
Saturday, December 6, 2025
16.1 C
Bhubaneswar

ବିରାଡ଼ିଠାରେ କରୋନା ଭୂତାଣୁ!

ହଂକଂ : ସାଧାରଣତଃ ପୋଷା ଜୀବଙ୍କଠାରେ କରୋନା ଭୂତାଣୁ ଦେଖାଯାଇ ନ ଥାଏ ବୋଲି କୁହାଯାଉଥିଲେ ହେଁ ହଂକଂରେ ଏକ ପୋଷା ବିରାଡ଼ିଠାରେ ଏହି ଭୂତାଣୁ ଠାବ କରାଯାଇଛି। ପୋଷା ବିରାଡ଼ିର ମାଲିକ ଏହାକୁ ସ୍ବୀକାର କରିଛନ୍ତି । ତେବେ ମଣିଷମାନେ କରୋନା ପୀଡ଼ିତ ହେଲେ ଯେପରି ଲକ୍ଷଣ ପ୍ରକାଶ ପାଏ, ବିରାଡ଼ି ନିକଟରେ ସେପରି କିଛି ଲକ୍ଷଣ ନାହିଁ ବୋଲି ସ୍ଥାନୀୟ କୃଷି ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ରଏଟର ସୂତ୍ରରୁ ମିଳିଥିବା ଏହି ଖବର ଅନୁସାରେ ମଙ୍ଗଳବାର ( ମାର୍ଚ୍ଚ ୩୦ତାରିଖ)ରେ ବିରାଡ଼ି ପାଟି, ନାକରୁ ଲାଳ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ଏଥିରେ କୋବିଦ-୧୯ ଭୂତାଣୁ ଥିବା ଜଣା ପଡ଼ିଥିଲା । ଏହାପରେ ବିରାଡ଼ିଟିକୁ ୧୪ ଦିନ କ୍ବାରେଣ୍ଟାଇନରେ ରଖାଯାଇଛି । ପୂର୍ବରୁ ବେଲଜିୟମରେ ମଧ୍ୟ ଏକ ବିରାଡ଼ିଠାରେ କରୋନା ଭୂତାଣୁ ମିଳିଥିଲା ।
ସମ୍ଭବତଃ ବିରାଡ଼ିଟି କୌଣସି କରୋନାପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି ଏବଂ ତାହାଠାରୁ ଭୂତାଣୁ ସଂକ୍ରମିତ ହୋଇଥାଇପାରେ । ତେବେ ଏହା ଅତ୍ୟନ୍ତ ବିରଳ ଘଟଣା ବୋଲି ହଂକଂ ଭେଟେନାରୀ ଆସୋସିଏସନ ଏକ ବିବୃତିରେ ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୁକୁର, ବିରାଡ଼ି ପରି ଗୃହପାଳିତ ପଶୁ ଦ୍ବାରା କରୋନା ସଂକ୍ରମିତ ହୋଇ ନ ଥାଏ ବୋଲି ସ୍ପଷ୍ଟ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories