www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଟିକା ପାଇଁ ଭାରତୀୟ ଉତ୍ସୁକ

ନୂଆଦିଲ୍ଲୀ : କରୋନା ଟିକାକୁ ନେଇ ଭାରତୀୟ ମଧ୍ୟରେ ସକାରାତ୍ମକ ମନୋଭାବ ରହିଛି। ଟିକା ବାହାରିବାମାତ୍ରେ ଏହାକୁ ନେବାକୁ ଅଧିକାଂଶ ଭାରତୀୟ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି ବୋଲି ଏକ ସର୍ଭେରୁ ଜଣାଯାଇଛି। ୮୭ ପ୍ରତଶିତ ଭାରତୀୟ ଏହି ଟିକା ନେବାକୁ ଆଗ୍ରହୀ ଅଛନ୍ତି। ତେବେ ଫ୍ରାନ୍ସ, ସ୍ପେନ ଓ ଜାପାନ ଭଳି ଅଗ୍ରଣୀ ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ଟିକା ନେବାକୁ ଆଗ୍ରହ ନାହିଁ। ୱାର୍ଲ୍ଡ ଇକୋନୋମିକ ଫୋରମ୍/ଆଇପିଏସଓଏସ୍ ସର୍ଭେରେ ୧୫ଟି ଦେଶର ୧୮,୫୨୬ଜଣଙ୍କ ମତାମତ ନିଆଯାଇଥିଲା। ଅଧିକାଂଶଙ୍କ ମତ ଯେ ୨୦୨୧ ପ୍ରଥମାର୍ଦ୍ଧରେ ଟିକା ବାହାରିବାର ନାହିଁ।

ଶୁକ୍ରବାର ଦିନକ ମଧ୍ୟରେ ଭାରତରେ ୪୭,୬୩୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୧୧,୭୨୪ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୭,୬୫,୯୬୬ଜଣ ସୁସ୍ଥ ହୋଇଥିବାବେଳେ ୫,୨୦,୭୭୩ ଜଣ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର ଦିନକ ମଧ୍ୟରେ ୫୪,୧୫୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୬୭୦ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୨୪,୯୮୫ରେ ପହଞ୍ଚିଛି। କ୍ରମାଗତ ୫ ସପ୍ତାହ ହେଲା ଦେଶରେ ନୂଆ ସଂକ୍ରମଣ ଠାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଆସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories