ପ୍ରଥମ ଭାଗ ‘ଫୁକରେ’ ଓ ଦ୍ବିତୀୟ ଭାଗ ‘ଫୁକରେ ରିଟର୍ଣ୍ଣସ୍’ ଦୁଇଟି ଯାକ ଚଳଚ୍ଚିତ୍ର ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିିଛି। ଏବେ ଏହାର ତୃତୀୟ ଭାଗ କାମ ନିମନ୍ତେ ପ୍ରଯୋଜନା ମହଲରୁ ୨ ମାସ ତଳେ ହିଁ ସ୍ପଷ୍ଟ କରାଯାଇଥିଲା। ପ୍ରଥମ ଦୁଇ ଭାଗ ଦିଲ୍ଲୀରେ ସୁଟିଂ ହୋଇଥିବାବେଳେ ତୃତୀୟ ଭାଗ ମଧ୍ୟ ସେଇଠାରେ ହିଁ ସୁଟିଂ କରାଯିବ।
ହେଲେ ଦିଲ୍ଲୀରେ ବର୍ତ୍ତମାନ ପରିସ୍ଥିିତିରେ ଏକ ବଡ଼ ୟୁନିଟ୍ ନେଇ ସୁଟିଂ କରିବାକୁ କେହି ଆଗଭର ହେଉନାହାନ୍ତି। ନିର୍ଦେଶକ ମୃଗଦୀପ ସିଂହଙ୍କ ମତରେ କାହାଣୀ, ସୁଟିଂ ସ୍ଥାନ ସବୁକିଛି ସ୍ଥିର; କିନ୍ତୁ କରୋନା ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିନାହିଁ। ଫୁକରେର ସୁଟିଂ କମ୍ ୟୁନିଟ୍ ସଦସ୍ୟଙ୍କ ସହଯୋଗରେ ସମ୍ଭବପର ନୁହେଁ। ଏକଥା ସେ କଳାକାରମାନଙ୍କ ସହ ଆଲୋଚନା କରିସାରିଛନ୍ତି। ଅଭିନେତା ପୁଲକିତ୍ ସମ୍ରାଟ୍ ମଧ୍ୟ ସମାନ କଥା କହିଛନ୍ତି। ସେମାନେ ସମସ୍ତେ ଉତ୍ସୁକତାର ସହ ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ୨୦୨୧ ଜାନୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ସୁଟିଂ ଆରମ୍ଭ ହେବାର ଯୋଜନା ଅଛି।



