www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ ୪ ରାଜ୍ୟରେ କରୋନା ଟିକାକରଣ ମକ୍‌ଡ୍ରିଲ

ନୂଆଦିଲ୍ଲୀ: କରୋନା ଭୂତାଣୁ ଟିକାକରଣ ପୂର୍ବରୁ ସୋମବାରଠାରୁ ଏହାର ମକ୍‌ଡ୍ରିଲ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ସହିତ ୪ଟି ରାଜ୍ୟରେ ଟିକାକରଣ ପାଇଁ ମକ୍‌ଡ୍ରିଲ୍‌ କରାଯିବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏସବୁ ରାଜ୍ୟର ୨ଟି ଲେଖାଏ ଜିଲାରେ ଟିକାକରଣ ପାଇଁ ହୋଇଥିବା ପ୍ରସ୍ତୁତିର ମକ୍‌ଡ୍ରିଲ୍‌ ହେବ। ଏହି ସମୟରେ କାହାକୁ ଟିକା ଦିଆଯିବ ନାହିଁ। କିନ୍ତୁ ଟିକାକରଣର ପ୍ରକ୍ରିୟା ପାଳନ କରାଯିବ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଆସାମ ଏବଂ ଗୁଜରାଟରେ ଏହି ମକ୍‌ଡ୍ରିଲ କରାଯାଉଛି। ଏସବୁ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପନ୍ନ ହୋଇଛି। ତେବେ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯିବ, ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲ୍‌ଡ ଚେନ୍‌ଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟିକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲା ଟିମ୍‌ ପକ୍ଷରୁ ଅଭ୍ୟାସ କରାଯିବ।

- Advertisement -

ଟିକାକରଣ ମକ୍‌ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍‌ ଆପ୍‌ ଏବଂ ୱେବ୍‌ସାଇଟରେ ଲଗ୍‌-ଇନ୍‌ କରାଯାଇ ସୂଚନା ଦିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୯ ପର୍ଯ୍ୟନ୍ତ ୨ ଦିନ ପାଇଁ ଏହି ଅଭ୍ୟାସ କାର୍ଯ୍ୟକ୍ରମ ବା ମକ୍‌ଡ୍ରିଲ୍‌ ଚାଲିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories