www.samajalive.in
Saturday, December 6, 2025
26.1 C
Bhubaneswar

ବିଧିବଦ୍ଧ ଭାବେ ମିଳିଲା ପୁରୀ ବେଳାଭୂମିକୁ ବ୍ଲୁ ଫ୍ଳାଗ ବିଚ ମାନ୍ୟତା

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ସୋମବାର ବିଧିବଦ୍ଧ ଭାବେ ଏହାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟ କରିଛନ୍ତି।  ଏହି ଉଦଘାଟନି ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁରୀ ଠାରେ ଉପସ୍ଥିତ ରହି ବ୍ଲୁ ଫ୍ଲାଗକୁ ଉଡ଼ାଇଥିଲେ।

- Advertisement -

ବ୍ଲୁ ଫ୍ଳାଗ ବିଚରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ। ଏହି ବ୍ଳୁ ଫ୍ଲାଗ ବିଚ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଅଧିକ ଆକୃଷ୍ଟ କରିହେବ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ କହିଥିଲେ। ସେଥିନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୧ସୁଦ୍ଧା ୪ଟି ନୂଆ ସ୍ଥାନରେ ବ୍ଳୁ ଫ୍ଲାଗ ବିଚ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ବ୍ଳୁ ଫ୍ଲାଗ  ବିଚରେ ପର୍ଯ୍ୟଟକଙ୍କୁ ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ, ପାର୍କ ଭଳି ସୁବିଧା କରାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories