www.samajalive.in
Saturday, December 6, 2025
15.1 C
Bhubaneswar

କମ୍ ମୃତ୍ୟୁ ଥିବା ରାଜ୍ୟ ତାଲିକାରେ ଓଡ଼ିଶା ତୃତୀୟ

ଭୁବନେଶ୍ବର : ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ ସନ୍ତୋଷର ବିଷୟ ଏହି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବହୁତ କମ୍ ରହିଛି। କମ୍ ମୃତ୍ୟୁହାର ଥିବା ରାଜ୍ୟ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଥିବା ଆସାମରେ କରୋନା ଜନିତ ମୃତ୍ୟୁହାର ୦.୩୨ ପ୍ରତିଶତ ଥିବା ବେଳେ ୦.୪୦ ପ୍ରତିଶତ ସହିତ କେରଳ ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ମୃତ୍ୟୁହାର ହେଉଛି ୦.୪୨ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ମୃତ୍ୟୁ ହାର ୧.୬୫ ପ୍ରତିଶତ ଅଛି। ତାଲିକାରେ ୪ର୍ଥ ସ୍ଥାନରେ ଥିବା ବିହାରରେ ମୃତ୍ୟୁ ହାର ୦.୫୨ ପ୍ରତିଶତ ଥିବା ବେଳେ ଏହା ପଛକୁ ତେଲଙ୍ଗାନାରେ ୦.୬୧ ପ୍ରତିଶତ, ଚ୍ଛତିଶଗଡ଼ରେ ୦.୮୭ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୦.୮୭ ପ୍ରତିଶତ, ଝାରଖଣ୍ଡରେ ୦.୯୦ ପ୍ରତିଶତ, ତ୍ରିପୁରାରେ ୧.୦୩ ପ୍ରତିଶତ ଓ ହରିୟାଣାରେ ୧.୦୫ ପ୍ରତିଶତ ଅଛି। ଆଜି ସୁଦ୍ଧା ଓଡ଼ିଶାରେ ୧,୫୮,୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଠ ଜଣଙ୍କୁ ମିଶାଇ ୬୪୫ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳ ରଣନୀତି, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଓଡ଼ିଶାରେ ବହୁ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଛି ବୋଲି କହିଛନ୍ତି।
ରାଜ୍ୟରେ କରୋନା ମୃତ୍ୟୁହାର ଚିନ୍ତା ବଢ଼ାଉ ଥିବାରୁ ଅଗଷ୍ଟ ମାସରେ ୭ଟି ମେଡିକାଲ କଲେଜର ଅଭିଜ୍ଞ ପ୍ରଫେସରମାନଙ୍କୁ ନେଇ ଏକ ବୈଷୟିକ ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଜିଲାରେ ଥିବା ଡ଼ାକ୍ତରଖାନା ପରିଦର୍ଶନ କରି ଚିକିତ୍ସକମାନଙ୍କୁ ପରାମର୍ଶ ଦେବେ ଆଉ ଶେଷରେ ଚିକିତ୍ସା ପ୍ରକ୍ରିୟା ନେଇ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଏପଟେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ମାର୍ଚ୍ଚ ୧୬ ତାରିଖରେ ଭୁବନେଶ୍ବରରୁ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ଏପ୍ରିଲ୍ ୭ ତାରିଖ ଦିନ ଏହି ଭୁବନେଶ୍ବରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଜୁନ୍ ୨୨ ତାରିଖ ବେଳକୁ ରାଜ୍ୟରେ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହାର ମାସକ ପରେ ଅର୍ଥାତ୍ ଜୁଲାଇ ୨୧ ତାରିଖରେ କରୋନା ମୃତ୍ୟୁ ଶତକ ପାର୍ କରି ୧୦୨ରେ ପହଞ୍ଚିଥିଲା। କିନ୍ତୁ ମୃତ୍ୟୁ ସଂଖ୍ୟା ଦ୍ବିଶତ ପାର୍ କରିବା ପାଇଁ ନେଇଥିଲା ମାତ୍ର ୧୩ ଦିନ। ତେବେ ତ୍ରିଶତକ ପାର୍ କରିବା ପାଇଁ ଲାଗିଥିଲା କେବଳ ୯ ଦିନ। ସେହିପରି ଆଉ ୧୧ ଦିନରେ କରୋନା ମୃତ୍ୟୁ ଚାରି ଶତକ ଛୁଇଁଥିବା ବେଳେ ଆଉ ଦିନରେ ୫୦୦ ଏବଂ ପରବର୍ତ୍ତି ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୬୦୦ ଡେଇଁଥିଲା। ଓଡ଼ିଶାରେ କରୋନା ମୃତ୍ୟୁହାର ଗୋଟିଏ ଧାରାରେ ବଢ଼ୁଛି। ପ୍ରାୟ ତିନି ମାସ ହେବା ଦୈନିକ ହାରାହାରି ୧୦ ଆକ୍ରାନ୍ତ ମୃତ୍ୟୁ ବରଣ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories