www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଭୟରେ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଦେଖିଲେନି ଡାକ୍ତର : ବାରଣ୍ଡାରେ ଛଟପଟ ହୋଇ ସ୍ତ୍ରୀ ଆଗରେ ସ୍ୱାମୀ ମୃତ

ଢେଙ୍କାନାଳ : ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କର କୋଭିଡ୍‍ ପରୀକ୍ଷା ପରେ ପଜିଟିଭ୍‍ ଥିବାର ଜଣାପଡ଼ିବାପରେ ଡାକ୍ତର ରୋଗୀଙ୍କୁ ଦେଖିଲେନାହିଁ। ହୃଦ୍‍ଘାତରେ ଛଟପଟ ହୋଇ ସ୍ତ୍ରୀ ଆଗରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାର ଏକ ଅଭାବନୀୟ ଘଟଣା ଘଟିଛି।
ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟି (୫୭) ଅନୁଗୋଳରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେଠାରେ ଚିକିତ୍ସିତ ହୋଇ ନିଜ ଗ୍ରାମକୁ ଫେରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କ ସ୍ତ୍ରୀଙ୍କ ସହ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ସୋମବାର ପହଞ୍ଚିଥିଲେ। କରୋନା ବ୍ୟାପୁଥିବା କାରଣରୁ ପ୍ରଥମେ ତାଙ୍କର କୋଭିଡ୍‍ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ତାଙ୍କର ପଜିଟିଭ୍‍ ଆସିଥିଲା। ଡାକ୍ତରଖାନା ବାରଣ୍ଡାରେ ବସିଥିବାବେଳେ ସେ ହଠାତ୍‍ ଟଳି ପଡ଼ିଥିଲେ। ତାଙ୍କର ଚିକିତ୍ସା କରାଇବା ପାଇଁ ସ୍ତ୍ରୀ ବାରଣ୍ଡାରେ ଠିଆ ହୋଇଥିବା ମେଡିକାଲର ଅନ୍ୟ କର୍ମଚାରୀଙ୍କୁ ଡାକ୍ତରଙ୍କୁ ଡାକିଦେବା ପାଇଁ କାନ୍ଦି କାନ୍ଦି କହିଥିଲେ। କିନ୍ତୁ କେହି ନ ଆସିବାରୁ ସେ ଉପାୟ ଶୂନ୍ୟ ହୋଇ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଛାତିକୁ ପମ୍ପିଂ କରିଚାଲିଥିଲେ। ସେହି ସମୟରେ ଦାୟିତ୍ୱରେ ରହିଥିବା ଡାକ୍ତର ନ ଆସି ଜଣେ ଫାର୍ମାସିଷ୍ଟଙ୍କୁ ପଠାଇଥିଲେ। ଫାର୍ମାସିଷ୍ଟ ଜଣକ ପିପିକିଟ୍‍ ପିନ୍ଧି ପ୍ରସ୍ତୁତ ହୋଇ ଆସିବା ବେଳକୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା। ଫାର୍ମାସିଷ୍ଟ ଜଣକ ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରନ୍ତ ଚିକିତ୍ସା ନ ପାଇ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ୍‍ ହେବାପରେ ଢେଙ୍କାନାଳରେ ହଇଚଇ ସୃଷ୍ଟି ହୋଇଥିଲା। ଚିକିତ୍ସାରେ ଅବହେଳାକୁ ଡାକ୍ତରଖାନା ପକ୍ଷରୁ ଅସ୍ୱୀକାର କରାଯିବାସହ ରୋଗୀ ଜଣକ କରୋନା ପଜିଟିଭ୍‍ ଜଣାପଡ଼ିବାପରେ ପିପିକିଟି ପିନ୍ଧି ପ୍ରସ୍ତୁତ ହୋଇ ଆସିବାକୁ କିଛି ସମୟ ଲାଗିଥିଲା। ଏହାମଧ୍ୟରେ ରୋଗୀର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତାରାଣି ମିଶ୍ରଙ୍କୁ ପଚରାଯିବାରୁ ରୋଗୀ ଜଣେ ବୟସ୍କ ବ୍ୟକ୍ତି, ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କଥା କହିଛନ୍ତି।
ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାର ଅଭିଯୋଗ ବାରମ୍ବାର ହୋଇଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ।
ଏ ସମ୍ପର୍କରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର, ଜଗତ ଉଦ୍ଧାର ମଞ୍ଚ ସଭାପତି ନବକିଶୋର ଗୁରୁ ସୋସିଆଲ ମିଡିଆରେ ଭାଇରାଲ ଏହି ଘଟଣାକୁ ନେଇ ଦୃଢ ନିନ୍ଦା କରିବାସହ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ଦୋଷୀ ଅଧିକାରୀମାନଙ୍କ ବିରୋଧରେ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଏହାକୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories