www.samajalive.in
Saturday, December 6, 2025
16.1 C
Bhubaneswar

ରଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ : ସୁସ୍ଥ ସଂଖ୍ୟା ୩୧କୁ ବୃଦ୍ଧି

ଭୁବନେଶ୍ବର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୮୩ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ୩ଜଣ କରୋନା ରୋଗୀ ଭଦ୍ରକ ଓ ଜଣେ ଯାଜପୁର ଜିଲାରେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୨ ଜଣ ସୁସ୍ଥ ହୋଇଛନ୍ତି।  ସୁସ୍ଥ ହୋଇଥିବା ସମସ୍ତ କରୋନା ରୋଗୀ ଭୁବନେଶ୍ବର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏଥିସହ ସଂକ୍ରମଣର ଶିକାର ୮୩ ଜଣଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ ଏବେ ସୁଦ୍ଧା ୫୧ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଜଣେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ସରକରୀ ହିସାବରେ ଗଣାଯାଇନାହିଁ କାରଣ ମୃତ୍ୟୁ ପୂର୍ବରୁ ତାଙ୍କର ୨ ଥର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା।  ସେଥିରେ ତଙ୍କର କରୋନା ନେଗେଟିଭ ଆସିଥିବା ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ ।

- Advertisement -

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩

ଖୋର୍ଦ୍ଧା                     ୪୬ (ସକ୍ରିୟ ରୋଗୀ ୨୫, ସୁସ୍ଥ ୧୯, ମୃତ ୧)

ଭଦ୍ରକ                     ୧୧ (ସକ୍ରିୟ ୯, ସୁସ୍ଥ ୨)

ଯାଜପୁର                   ୦୮( ସକ୍ରିୟ ୭, ସୁସ୍ଥ ୧)

ବାଲେଶ୍ବର                  ୦୮ (ସକ୍ରିୟ ୮)

ସୁନ୍ଦରଗଡ଼                   ୦୩ ( ସକ୍ରିୟ ୧, ସୁସ୍ଥ ୨)

କେନ୍ଦ୍ରାପଡ଼ା                  ୦୨ (ସକ୍ରିୟ ୧)

କଳାହାଣ୍ଡି                   ୦୨(ସୁସ୍ଥ-୨)

କଟକ                       ୦୧(ସୁସ୍ଥ ୧)

ଢ଼େଙ୍କାନାଳ                  ୦୧ (ସୁସ୍ଥ ୧)

ପୁରୀ                          ୦୧(ସୁସ୍ଥ ୧)

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories