www.samajalive.in
Monday, December 15, 2025
26.1 C
Bhubaneswar

ଆମେରିକା, ରୁଷ ଓ ୟୁରୋପୀୟ ଦେଶଠାରୁ ଭାରତର ସଂକ୍ରମଣ ହାର ଅଧିକ

କରୋନା ସଂକ୍ରମଣରେ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ଅତିକ୍ରମ କରିଛି । ଏହା ସତ୍ବେ ଦେଶରେ ପରିସ୍ଥିତି ଭୟାବହ ହୋଇଛି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ୩୦ ଜାନୁଆରୀରେ କରୋନା ଭୂତାଣୁ ସୂଚନା ମିଳିବା ପରେ ୭ଅଗଷ୍ଟ ପର୍ଯ୍ୟନ୍ତ ୧୯୦ ଦିନ ମଧ୍ୟରେ ସଂକ୍ରମିତ ସଂଖ୍ୟା ବିଶ୍ଲେଷଣରୁ ଏହି ସୂଚନା ମିଳିଛି ।

ଜନ୍ ହପକିନ୍ସ କରୋନା ରିସର୍ଚ ସେଣ୍ଟରର ପରିସଂଖ୍ୟାନ ଅନୁସାରେ ଭାରତରେ ପରିସଂଖ୍ୟାନ ବିବ୍ରତ କରିଦେବା ପରି । ଏହି ବିଶ୍ଲେଷଣରୁ ଭାରତ​‌ରେ କରୋନା ସଂକ୍ରମଣ ହାର ବିଶ୍ଵର ସର୍ବାଧିକ ପ୍ରଭାବିତ କୁହାଯାଉଥିବା ଆମେରିକା, ରୁଷ, ବ୍ରିଟେନ୍, ଇଟାଲୀ ଓ ଜର୍ମାନୀ ଠାରୁ ମଧ୍ୟ ଅଧିକ ।

- Advertisement -

୭ ଅଗଷ୍ଟ ପର୍ଯ୍ୟନ୍ତ ଆମେରିକାରେ ୬,୩୧,୫୮,୯୦୫ ନମୁନା ପରୀକ୍ଷା କରାଯାଇଛି ଏବଂ ଏହାମଧ୍ୟରୁ ୫୦.୩୫ ଲକ୍ଷ ସଂକ୍ରମିତ ଥିବା ସୂଚନା ମିଳିଛି । ନମୁନା ଯାଞ୍ଚ ଓ ସଂକ୍ରମଣ ହାର ୦.୦୭% ବୋଲି ଜଣାପଡ଼ିଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଇସିଏମ୍ଆର୍ ପରିସଂଖ୍ୟାନ ଅନୁସାରେ ଭାରତରେ ଅଗଷ୍ଟ ୭ ତାରିଖ ସୁସ୍ଧା ୨,୩୩, ୮୭,୧୭୧ ନମୁନା ପରୀକ୍ଷା କରାଯାଇଛି ଯେଉଁଥିରୁ ୨୦.୮୮ ଲକ୍ଷ ଲୋକଙ୍କ ରିପୋର୍ଟ ପଜିଟିଭ୍ ରହିଛି । ଆମେରିକାଠାରୁ ଭାରତରେ ସଂକ୍ରମଣ ଅନୁପାତ ୦.୦୧% ଅଧିକ ଅର୍ଥାତ୍ ୦.୦୮% ରହିଛି ।

ଦେଶରେ ପ୍ରାୟ ପ୍ରତିଦିନ କ୍ରମାଗତ ଭାବରେ ୫୦ ହଜାରରୁ ଅଧିକ ସଂକ୍ରମିତ ଜଣା ପଡ଼ୁଛନ୍ତି । ଆମେରିକାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧,୯୦,୬୯୮ ନମୁନା, ବ୍ରାଜିଲରେ ୬୨୦୮୫ ନମୁନା ପରୀକ୍ଷା ହେଉଥିବାବେଳେ ଭାରତରେ ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ଦୈନିକ ହାରାହାରି ନମୁନା ପରୀକ୍ଷା ସଂଖ୍ୟା ୧୭ ହଜାର ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଭାରତ ତୁଳନାରେ ରୁଷରେ  ସଂକ୍ରମିତଙ୍କ ସଂଖ୍ୟା କମ୍ । ଏହି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧.୬୩ ଲକ୍ଷ । ମାତ୍ର ବର୍ତମାନ ସୁଦ୍ଧା ରୁଷ ସରକାର ୩୦ କୋଟି ଅଧିକ ନମୁନା ପରୀକ୍ଷଣ କରିଛନ୍ତି । ଏଠାରେ ନମୁନା ପରୀକ୍ଷା ଓ ସଂକ୍ରମଣ ସଂଖ୍ୟା ଅନୁପାତ ୦.୦୨% । ବ୍ରିଟେନରେ ୧,୭୫,୧୫,୨୩୪ ନମୁନା ପରୀକ୍ଷା ହୋଇଛି ଓ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୦୮,୧୩୪ ରହିଛି ଓ ହାରାହାରି ସଂକ୍ରମିତ ଅନୁପାତ ୦.୦୧%ରୁ କମ୍ ବୋଲି ଜଣାପଡ଼ିଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories