www.samajalive.in
Saturday, December 6, 2025
16.1 C
Bhubaneswar

ଆମାନିଆଙ୍କୁ ପୁଲିସ ଛାଟ, ୬ ଦିନରେ ୧ କୋଟି ୮୮ ଲକ୍ଷ ଜୋରିମାନା ଆଦାୟ

ରାଜ୍ୟରେ ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ଷଷ୍ଠ ଦିନରେ ୯ ହଜାର ୭୯୦ ବ୍ୟକ୍ତିଙ୍କ ଠାରୁ ୨୯ ଲକ୍ଷ ୭୧ ହଜାର ୯୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏପ୍ରିଲ ୭ରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ୬୬ ହଜାର ୪୬ ଜଣ କୋଭିଡ୍‍ ନିୟମ ଉଲଂଘନକାରୀଙ୍କ ଠାରୁ ୧ କୋଟି ୮୮ ଲକ୍ଷ ୪୫ ହଜାର ୧୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।


ଷଷ୍ଠ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୧୧୫୪ ଜଣ ବ୍ୟକ୍ତିଙ୍କଠାରୁ ୧,୮୭,୩୫୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୮,୬୩୬ ବ୍ୟକ୍ତିଙ୍କଠାରୁ ୨୭,୮୪,୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍‍ କଟକଣାକୁ ଜୋରଦାର କରାଯିବ। କୋଭିଡ୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍‍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍‍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି ଅଭିଯାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories