www.samajalive.in
Saturday, December 6, 2025
17.1 C
Bhubaneswar

ଗୋଟିଏ ପଡାରୁ ଅନ୍ୟ ପଡାକୁ ଡେଉଁଛି କୋରନା ; ସହରର ଅନେକ ଅଞ୍ଚଳ କଣ୍ଟନମେଣ୍ଟ ଓ ବଫର ଜୋନ୍‌ରେ

ଭବାନୀପାଟଣା – ଗତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରପରିଷଦ ଅଞ୍ଚଳରେ ଗୋଟିଏ ପଡାକୁ ଅନ୍ୟ  ପଡାକୁ ଦ୍ରୁତଗତିରେ କରୋନା ଭୂତାଣୁ ବିସ୍ତାର ହେବା ଯୋଗୁଁ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ଓ ପ୍ରତିଷେଧକକୁ ଆଖିଆଗରେ ରଖି ଭବାନୀପାଟଣା ସହରର ୨୦ଟି ୱାର୍ଡରୁ ୬ ଟି ୱାର୍ଡରେ କଣ୍ଟେନ୍ମେଣ୍ଟ ଜୋନ୍ ଓ ବଫର ଜୋନ୍ ଘୋଷଣା କରିଛନ୍ତି। ଭବାନୀପାଟଣା ପୌରପରିଷଦରେ ପ୍ରଥମେ ଅର୍କାବାହାଲିପଡାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଦୀର୍ଘଦିନ ଧରି କଣ୍ଟେନ୍ମେଣ୍ଟ ଜୋନ୍ ଓ ବଫର ଜୋନ୍ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ସହରରେ ପୁରୁଣାପଡା ଓ ଶକ୍ତିନଗରପଡା ଏବଂ ପରେ ଇରିଗେସନ୍ କଲୋନୀ (ୱାର୍ଡ ନମ୍ବର-୨), ରାମନଗର ପଡା (ୱାର୍ଡ ନମ୍ବର-୩), ବାହାଦୁରବଗିଚାପଡା (ୱାର୍ଡ ନମ୍ବର-୭), ହଲିଆପଡା (ୱାର୍ଡ ନମ୍ବର ନମ୍ବର-୧୮) ଏବଂ ଷ୍ଟେଚ୍ୟୁଛକ (ୱାର୍ଡ ନମ୍ବର-୨୦) କରୋନା ପଜିଟିଭ୍ ବାହାରିଥିବା ବେଳେ ପୁଣି ପରଦେଶୀପଡାରେ ଗୋଟିଏ କରୋନା ପଜିଟିଭ୍ ବାହାରିବା ଫଳରେ ଉକ୍ତ ୱାର୍ଡର ଅଧିକାଂଶ ପଡାକୁ କଣ୍ଟେନ୍ମେଣ୍ଟ ଜୋନ୍ ସହିତ ଏହିସବୁ ଅଞ୍ଚଳକୁ ସଟ୍‌ଡାଉନ୍ ଘୋଷରା କରାଯାଇଛି। ଏହି ସବୁ ପଡା ଗୁଡିକର ୩ କିମି ପର୍ଯ୍ୟନ୍ତ ଅଞ୍ଚଳକୁ ବଫର ଜୋନ୍ ଭାବରେ ଘୋଷଣା କରାଯାଇଛି। ଗତ ୨୨ ତାରିଖ ଦିନ ଭବାନୀପାଟଣା ସହର ପୁରୁଣାପଡାର ଜଣେ ବ୍ୟକ୍ତି ଓ ଶକ୍ତିନଗରପଡାର ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୁରୁଣାପଡାର କରୋନା ଆକ୍ରାନ୍ତ ବ୍ୟକ୍ତିର ସ୍ୱାବ ସଂଗ୍ରହ ଦିନଠାରୁ ତାଙ୍କୁ ହୋମ୍-କ୍ବାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ହୋମ୍-କ୍ବାରେଣ୍ଟାଇନରେ ନ ରହି ମନଇଚ୍ଛା ୨୨ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହର ଓ ବିଭିନ୍ନ ଅଫିସ, ଥାନା ଓ କୋର୍ଟ ଆଦି ସ୍ଥାନକୁ ଯାଇ ଅବାଧରେ ମିଳାମିଶା କରୁଥିଲେ।

ପୁରୁଣାପଡାର ଉକ୍ତ ବ୍ୟକ୍ତି ୨୨ ତାରିଖ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହା ଯାଞ୍ଚ କରିବା ପରେ ପ୍ରଶାସନର ଚିନ୍ତା ବଢିଯାଇଥିଲା। ସେ ଭବାନୀପାଟଣା ଟାଉନ୍ ଥାନାକୁ ଲଗାତାର ଭାବେ ଯାଇଥିବାରୁ ପ୍ରଶାସନ ପ୍ରଥମେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କ ୨୪ ତାରିଖ ଦିନ ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନ ୧୦ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ୨୫ ଓ ୨୬ ତାରିଖ ଦୁଇଦିନ ଭବାନୀପାଟଣା ପୌରାଞ୍ଚଳକୁ ସଂପୂର୍ଣ୍ଣ ସ  ସଟଡାଉନ୍ କରାଯାଇ ସମସ୍ତ ୨୦ ଟି ୱାର୍ଡର ସମସ୍ତ ପଡାକୁ ସର୍ଭେ କରାଯିବା ସହିତ ଥର୍ମାଲ ସ୍କାନିଂ କରାଯାଇଥିଲା। ଯେଉଁମାନେ ଜ୍ୱର, ଥଣ୍ଡା, କାଶ ଆଦି ଆକ୍ରାନ୍ତ ଥିଲେ ଏବଂ ଯେଉଁମାନଙ୍କ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଇଥିଲା ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଏହି ଦୁଇ ଦିନରେ ୧୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୭ ତାରିଖ ଦିନ ୧୭ ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହି ପଜିଟିଭ୍ ମଧ୍ୟରେ ବାହାଦୁରବଗିଚାପଡା, ଇରିଗେସନ୍ କଲୋନୀ, ରାମନଗରପଡା ଏବଂ ଭବାନୀପାଟଣା ସହର ନିକଟରେ ଥିବା ସଦର ବ୍ଲକର ଗଣନାଥପୁର ଗ୍ରାମରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲା। ଠିକ୍ ସେହିପରି ୨୮ ତାରିଖ ଦିନ ୪ ଟି ପଜିଟିଭ୍ ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨ ଟି ଭବାନୀପାଟଣା ସହରର ଇରିଗେସନ୍ କଲୋନୀରେ ରହୁଥିବା ଏକ୍ସିସ ବ୍ୟାଙ୍କର ଜଣେ କର୍ମଚାରୀ ଓ ହଲିଆପଡାର ଜଣେ ଆକ୍ରାନ୍ତ ଥିବା ଜଣାପଡିଥିଲା। ସର୍ବାଧିକ ୧୬ ଜଣ ପୁଲିସ କର୍ମୀଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ହେବାକୁ ନେଇ ଭବାନୀପାଟଣା ସହରବାସୀଙ୍କ ମହଲରେ ଯେତିକି ସଚେତନତା ହେବାକଥା ତାହା ଭବାନୀପାଟଣା ସହରବାସୀଙ୍କଠାରୁ ଦେଖିବାକୁ ମିଳୁନାହିଁ। ଜିଲ୍ଲାପାଳ ଭବାନୀପାଟଣା ସହରବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କରୋନା ପ୍ରତିଷେଧକ ପାଇଁ ପୂର୍ବରୁ ଅର୍କାବାହାଲିପଡା, ଶକ୍ତିନଗରପଡା, ପୁରୁଣାପଡାକୁ କଣ୍ଟନମେଣ୍ଟ ଓ ବଫର ଜୋନ୍ ଘୋଷଣା କରାଯାଇଛି।

- Advertisement -

ଅନ୍ୟପଟେ ବର୍ତ୍ତମାନସୁଦ୍ଧା ପ୍ରାୟ ୭ ଶହ ରୁ ଉଦ୍ଧ୍ୱର୍ ସ୍ୱାବ ରିପୋର୍ଟ ଆସିନାହିଁ। ଏହି ରିପୋର୍ଟ ଉପରେ ଆଖି ରହିଛି। ଏଥିରେ ଅଧିକାଂଶ ଭବାନୀପାଟଣା ସହରର ସ୍ୱାବ ରିପୋର୍ଟ ରହିଛି। ଯଦି ଭବାନୀପାଟଣା ସହରର ଆଉ ଯଦି ଅଧିକ କରୋନା ପଜିଟିଭ୍ ଅନ୍ୟାନ୍ୟ ପଡାରେ ବାହାରେ ତେବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ। ବାଧ୍ୟ ହୋଇ ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ଓ କରୋନା ମୁକାବିଲା ପାଇଁ ଭବାନୀପାଟଣା ସହରକୁ ସଟଡାଉନ୍ କରିବା ସମ୍ଭାବନା ଅଧିକ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories