ଖୁସି ଖବର : ଓଡ଼ିଶାରେ ସୁସ୍ଥ ହେଲେ ୧୦ କରୋନା ରୋଗୀ

ଭୁବନେଶ୍ୱରରୁ ୫, ଭଦ୍ରକରୁ ୨ ଓ କଟକ, ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ

ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଶୁକ୍ରବାର ରାତିରେ ଏକ ଖୁସି ଖବର ଆସିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିମାନଙ୍କର ରକ୍ତ ନମୁନା ଆଜି ନେଗେଟିଭ ଆସିଛି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫, ଭଦ୍ରକରୁ ୨ ଓ କଟକ, ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଭୁବନେଶ୍ବରର ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Comments are closed.