www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୦ ତଳକୁ ଖସିଲା, ଆଜି ୨୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏବେ ରାଜଧାନୀରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି। ଆଜି ଭୁବନେଶ୍ବର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳକୁ ଖସିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬ ବୋଲି ଜଣାପଡ଼ିଛି।
ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୪ ଜଣ କ୍ବାରେଣ୍ଟାଇନ୍‌ କେସ୍‌ ହୋଇଥିବାବେଳେ ୧୩୮ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ ଆଜି ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
କ୍ବାରେଣ୍ଟାଇନ୍‌ କେସ୍‌ରୁ କରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୧ ଓ ପଟିଆରୁ ୪ ଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ଭୁବନେଶ୍ୱର ଓ ଗଜପତି ନଗରରୁ ୩ଜଣ ଲେଖାଏଁ, ବିଜେବି ନଗର, ଘାଟିକିଆ, ଶୈଳଶ୍ରୀ ବିହାର, ଟଙ୍କାପାଣି ରୋଡ, ୟୁନିଟ-୮ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୧ ଜଣ, ପଟିଆରୁ ୯ ଜଣ, ୟୁନିଟ-୮, ପାତ୍ରପଡ଼ା, ନିଳାଦ୍ରୀ ବିହାରରୁ ୭ଜଣ ଲେଖାଏଁ, ଡୁମଡୁମା, ଝାରପଡ଼ାରୁ ୬ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ଟଙ୍କାପାଣି ରୋଡ, ଜୟଦେବ ବିହାରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ଟ୍ବିଟ୍‌ କରି ସୂଚନା ଦେଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories