www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଛଡ଼ାଇ ନେଲା ଆହାର: ଭୋକରେ ରାସ୍ତାକଡ଼ରେ ମାନସିକ ଭିନ୍ନକ୍ଷମ

ଭୁବନେଶ୍ୱର: ସାରା ଦେଶରେ କରୋନା ପ୍ରଳୟ ଭଳି ସ୍ଥିତି ସୃଷ୍ଟି କରିଛି। ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସାଙ୍ଗକୁ କରୋନା କଟକଣା ଜନଜୀବନକୁ ବେଶ୍‍ ପ୍ରଭାବିତ କରିଛି। ଦିନକୁ ଦିନ ଲୋକଙ୍କ ଆର୍ଥିକବସ୍ଥା ଦୟନୀୟ ହୋଇପଡୁଛି। ତେବେ କରୋନା କଟକଣା ଯୋଗୁ ଦେଶ ତଥା ରାଜ୍ୟର ବିଭିନ୍ନ ସହର ରାସ୍ତାକଡ଼ରେ ପଡ଼ିରହିଥିବା ମାନସିକ ଭିନ୍ନକ୍ଷମ ଏବେ ଭୋକରେ ଓପାସରେ ରହୁଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଥିବାବେଳେ ମାନସିକ ଭିନ୍ନକ୍ଷମଙ୍କ ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ରୋନା କଟକଣା ସେମାନଙ୍କ ଆହାର ଛଡ଼ାଇ ନେଇଛି ଏବଂ ସେମାନେ ଏବେ ସର୍ବସାଧାରଣରେ ଅବହେଳିତ ହୋଇଥିବା ଜଣାପଡ଼ିଛି।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର, ଯାଜପୁର ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରାସ୍ତାକଡ଼ରେ କିଛି ମାନସିକ ଭିନ୍ନକ୍ଷମଙ୍କୁ ଦେଖିବାକୁ ମିଳିଥାଏ। ବର୍ଷବର୍ଷ ଧରି ନିର୍ଦିଷ୍ଟ ଅଞ୍ଚଳରେ ହିଁ ସେମାନେ ଘୂରିବୁଲୁଥାଆନ୍ତି ଓ ଦୋକାନ କିମ୍ବା ମନ୍ଦିର ପିଣ୍ଡାରେ ରାତ୍ରିଯାପନ କରନ୍ତି। ବେଳେବେଳେ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ସଫା ଲୁଗା ପିନ୍ଧାଇଥାଏ; ନଚେତ୍‍ ବର୍ଷବର୍ଷ ଧରି ମଇଳା ପୋଷାକ ପିନ୍ଧି ରହିଥାନ୍ତି ଏମାନେ।
ମାନସିକ ଭିନ୍ନକ୍ଷମ କାହାର କୌଣସି କ୍ଷତି କରନ୍ତି ନାହିଁ। ଅନ୍ୟମାନଙ୍କ ଉପରେ ସବୁବେଳେ ନିର୍ଭର କରୁଥିବା ମାନସିକ ଭିନ୍ନକ୍ଷମଙ୍କୁ ରାସ୍ତାକଡ଼ର ହୋଟେଲ୍‍ ଓ ମନ୍ଦିରରେ ପ୍ରସ୍ତୁତ ପ୍ରସାଦରୁ ସେମାନଙ୍କୁ ଖାଦ୍ୟ ମିଳିଯାଏ। କେହି କେହି ସେମାନଙ୍କୁ ଦେଇଥାନ୍ତି। ତେବେ କରୋନା କଟକଣା ଯୋଗୁ ଏବେ ହୋଟେଲ୍‍ଗୁଡ଼ିକ ବନ୍ଦ ରହିଥିବାବେଳେ ମନ୍ଦିରରେ ପ୍ରସ୍ତୁତ ହେଉନାହିଁ ପ୍ରସାଦ। ଫଳରେ ଅଧିକାଂଶ ଦିନ ଏମାନଙ୍କୁ ଭୋକ ଓପାସରେ ଦିନ କାଳାତିପାତ କରିବାକୁ ପଡୁଛି।
ମାନସିକ ଭିନ୍ନକ୍ଷମମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅଜଣା; ଅର୍ଥାତ୍‍ ସହର ବାହାରୁ ଆସି ବର୍ଷବର୍ଷ ଧରି ଏଠି ବୁଲୁଛନ୍ତି। କେଉଁଠୁ ଆସିଛନ୍ତି ଓ ସେମାନଙ୍କ ପରିଚୟ କ’ଣ ତାହା ସେମାନଙ୍କଠାରୁ ଜଣାପଡ଼େ ନାହିଁ। ସବୁଠାରୁ ବଡ଼କଥା ହେଉଛି ଏହି ଚରିତ୍ରମାନେ କିନ୍ତୁ ଆଦୌ ଭିକ୍ଷାବୃତ୍ତି କରନ୍ତି ନାହିଁ କି କାହାକୁ କିଛି ମାଗନ୍ତି ନାହିଁ। ବହୁ ସହୃଦୟ ବ୍ୟକ୍ତି/ମହିଳାଙ୍କ ଏମାନଙ୍କ ପ୍ରତି ଦାୟା ବି ରହିଥାଏ। ଏବେ କିନ୍ତୁ ସେମାନେ ବଡ଼ ଦୟନୀୟ ସ୍ଥିତିରେ ରହିଛନ୍ତି। କରୋନା କଟକଣା ଯୋଗୁ ଅତି ଖରାପ ଅବସ୍ଥାରେ ଅଛନ୍ତି ଏହି ରାଜରାସ୍ତାକଡ଼ର ମାନସିକ ଭିନ୍ନକ୍ଷମମାନେ। ରାଜ୍ୟର ବିଭିନ୍ନ ସହରରେ ଏଭଳି ମାନସିକ ଭିନ୍ନକ୍ଷମ ରହିଛନ୍ତି, ଯେଉଁମାନଙ୍କ ପାଇଁ ମାନବିକତା ଦୃଷ୍ଟିକୋଣରୁ କିଛି ହେଲେ ବ୍ୟବସ୍ଥା ନିତାନ୍ତ ଜରୁରୀ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories