www.samajalive.in
Sunday, December 7, 2025
14.1 C
Bhubaneswar

କାଳ ହେଲା ଝାରସୁଗୁଡା ପଜିଟିଭ୍ ଲିଙ୍କ୍‌; ରେଙ୍ଗାଲି ବ୍ଳକକୁ ପ୍ରବେଶ କଲା କରୋନା

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଠେଲକୁଲିରେ ୫ଜଣ ଏବଂ ଗୁମଲୋଇ ଗ୍ରାମ ରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରୁ ରୁ ଜଣାପଡିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ୭ ଜଣ  ଆକ୍ରାନ୍ତଙ୍କୁ ଆଜି ବୁର୍ଲା କୋଭିଡ୍ ହସ୍‌ପିଟାଲ୍ କୁ ପଠାଇ ଦିଆଯାଇଛି । ୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଠେଲକୁଲି ବ୍ରାହ୍ମଣପଡା କୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି ।  ବିଗତ ଦିନ ରେ ଠେଲକୁଲି ଗ୍ରାମ ରେ ଝାରସୁଗୁଡା ବେହେରାମାଲ ର କରୋନା ପଜିଟିଭ୍ ଲିଙ୍କ୍ ଥିବା ୧୪ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିଲା । ସ୍ୱାବ୍ ଟେଷ୍ଟ୍ ପରେ ସେଥିମଧ୍ୟ ରୁ ୫ଜଣ ଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସି ଥିବାର ପ୍ରକାଶ । ପଜିଟିଭ୍ ଚିହ୍ନଟ ହୋଇଥିବା ୫ଜଣ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସିଧା ସଂସ୍ପର୍ଶ ରେ ଆସିଥିବା ୧୩ ଜଣ ଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅପରପକ୍ଷରେ ଝାଙ୍କରପାଲି ପଞ୍ଚାୟତର ଗୁମଲୋଇ ଗ୍ରାମରେ ଦୁଇ ଜଣଙ୍କ କରୋନା ପଜିଟିଭ୍ ବାହାରିବା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଗୁମଲୋଇ ଗ୍ରାମରେ ସେଭଲି କୌଣସି ସମ୍ଭାବନା ନଥିବା ସତ୍ତ୍ୱେ ଦୁଇ ଜଣଙ୍କ ପଜିଟିଭ୍ ରିପୋର୍ଟ କିପରି ଆସିଲା ଏନେଇ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଟ୍ରାଭେଲ୍ ବିବରଣୀ ଏବଂ କଣ୍ଟ୍ରାକ୍ଟ  ଟ୍ରେସିଂ ନେଇ ତନାଘନା ଆରମ୍ଭ ହୋଇଛି । ଗୁମଲୋଇ ପାଖ ରେ ଥିବା କ୍ରସର ୟୁନିଟ୍ ରେ ବାହାର ଅଞ୍ଚଳର ଲୋକ ଆସି କାମ କରୁଥିବାରୁ ହୁଏତ ସେମାନଙ୍କ ସଂସ୍ପର୍ଶରେ ଆସି ଥିବାରୁ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ  ଝାରସୁଗୁଡା ବେହେରାମାଲ ର କରୋନା ପଜିଟିଭ୍ ଲିଙ୍କ୍ ଥିବା ଠେଲକୁଲି ର କିଛି ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ୍ କୁ ଠିକ୍ ଭାବରେ ପାଳନ ନକରି ବିଭିନ୍ନ ସ୍ଥାନକୁ ଯାଇ  ବୁଲାବୁଲି କରିଥିବାରୁ ଆଗାମୀ ଦିନ ରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏଣୁ ସୁରକ୍ଷା ଦୃଷ୍ଟିକୋଣ ରୁ ସ୍ୱାସ୍ଥ୍ୟ ବିଭାଗ ଏବଂ ବ୍ଳକ୍ ପ୍ରଶାସନ ପକ୍ଷରୁ ଠେଲକୁଲି କଣ୍ଟାନ୍‌ମେଣ୍ଟ୍ ଜୋନ୍ ଘୋଷଣା କରିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ ପତ୍ର ପଠାଯାଇଛି । ବ୍ଳକ୍ ରେ ୭ଜଣ କରୋନା ପଜିଟିଭ୍  ଚିହ୍ନଟ ହେବା ଜଣା ପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ର ସର୍‌ଭିଲାନ୍ସ ଟିମ୍ ଠେଲକୁଲି ଏବଂ ଗୁମଲୋଇ କୁ ପହଞ୍ଚି କଣ୍ଟ୍ରାକ୍ଟ ଟ୍ରେସିଂ କାମ ଆରମ୍ଭ କରିଥିବାର ଜଣାପଡିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories