www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରୁ ସୁସ୍ଥ ହେଲେଣି ୬୧ଲକ୍ଷ ୪୯ ହଜାର, ଆରୋଗ୍ୟ ହାର ୮୬.୩୬%

ଦେଶରେ କରୋନା ଆରୋଗ୍ୟ ହାର ୮୬.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୭୧ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୬୧ ଲକ୍ଷ ୪୯ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ୧୨.୧ ପ୍ରତିଶତ ରହିଛି। ଦେଶରେ ଚିକିତ୍ସାଧୀନ ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷ ୬୧ ହଜାର ରହିଛି। ଗତ ୨୪ ଘଣ୍ଟା ଭିତରେ ୬୬ ହଜାର ୭୩୨ ଜଣ କରୋନାରେ ସଂକ୍ରମିତ ହେବାରୁ ମୋଟ୍‍ ସଂକ୍ରମଣ ୭୧ଲକ୍ଷକୁ ଟପିଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନିୟମର ଠିକ୍‍ ରୂପେ ପାଳନ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି। ଦେଶରେ କରୋନା ଜନିତ ମୃତ୍ୟୁହାର ବର୍ତ୍ତମାନ ୧.୫୩ ପ୍ରତିଶତ ରହିଛି ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍। ଗତ ୨୪ ଘଣ୍ଟା ଭିତରେ ୮୧୬ ଜଣ ମୃତ୍ୟୁବରଣ କରିବାରୁ ମୃତ୍ୟୁସଂଖ୍ୟା ୧ଲକ୍ଷ ୯ ହଜାର ୧୫୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ହାର, ମୃତ୍ୟୁହାର ଓ ଆରୋଗ୍ୟ ହାର ଦୃଷ୍ଟିରୁ ଦେଶର ପ୍ରମୁଖ ୫ଟି ରାଜ୍ୟରେ ପରିସ୍ଥିତିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର୍ରଦେଶ ଓ ତାମିଲନାଡୁ ରହିଛି।

- Advertisement -

ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପାଣ୍ଠି, ଚିକିତ୍ସା ସରଞ୍ଜାମ, କେନ୍ଦ୍ରୀୟ ଟିମ୍‍ ଓ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‍ ପ୍ରୋସିଜିଓର ଯୋଗାଇ ସେମାନଙ୍କର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିଛନ୍ତି। ଗତ ୨୪ ଘଣ୍ଟାରେ ୯ ଲକ୍ଷ ୯୪ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ମୋଟ୍‍ ୮କୋଟି ୭୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories