www.samajalive.in
Saturday, December 6, 2025
19.1 C
Bhubaneswar

ଦୁଇ ବାଇକ ସହ ୪୧.୫ କେଜି ଗଂଜେଇ ଜବତ, ୪  ଗିରଫ; ପୁଲିସ କର୍ମଚାରୀ ଆହତ

ଭଂଜନଗର : କନ୍ଧମାଳ  ଜିଲ୍ଲା ଚୋରା ଗଂଜେଇ କାରବାରେର ପେଣ୍ଠସ୍ଥଳୀ ପାଲଟିଛି। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭଂଜନଗର ରାସ୍ତା ଦେଇ ରାଜର ବିଭିନ୍ନ ସହର ଓ ରାଜ୍ୟ ବାହାରରକୁ ଚାଲାଣ ହେଉଛି। ପ୍ରତିଦିନ ଏପରି ବସ୍ତା ବସ୍ତା ଗଂଜେଇ ବିଭନ୍ନ ଚାରି ଚକିଆ ଓ ଦୁଇ ଚକିଆ ଗାଡିରେ ଚାଲାଣ ହେଉଥିବା ବେଳେ ଗୋଟିଏ ଗୋଟିଏ ପରେ ପୁଲିସ୍ ହାତରେ ଧରାପଡିବା ଘଟଣା ଏହି ଜିଲ୍ଲାରୁ ଅବାଧରେ ଚେରା ଗଂଜେଇ କାରବାର ପଦାକୁ ଆସିଛି। ସେମାବର ଦୂର୍ଗପ୍ରସାଦ କଳିଙ୍ଗଘାଟି ପାଦେ ଦେଶ ଦୂର୍ଗାପ୍ରସାଦ ଠାରେ ଦୁଇଟି ବାଇକରେ ୪ ଜଣ ଯୁବକ ୪୧.୫ କେଜି ଗଂଜେଇ ଧରି ଭଂଜନଗର ଆସୁଥିବା ବେଳେ ପୁଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ପୁଲିସ ଏମାନଙ୍କୁ କାବୁ କରିବା ବେଳେ ସମୀର ବେହେରା ନାମକ  ଜଣେ ପୁଳିସ୍ ସବ୍ ଇନ୍-ସପେକ୍ଟର ଆହାତ ହୋଇଥିବା ଜଣାପଡିଛି। କିନ୍ତୁ ଗଂଜେଇ ଧରି ଆସୁଥିବା ୪ ଜଣ ଯୁବକଙ୍କୁ ପୁଲିସ୍ ଗିରଫ କରିଥିଲା। ଏମାନେ ହେଲେ ପ୍ରମୋଦ ନାୟକ,  ଜଗନ୍ନାଥ ନାୟକ, ଚିକୁ ପାତ୍ର ଓ ସମୀର ନାୟକ। ଏମାନଙ୍କ ସମସ୍ତଙ୍କର ଘର ଭଂଜନଗର  ଅଞ୍ଚଳ ବୋଲି ଜଣାପଡିଛି। ଗଂଜେଇ ସହ ୨ ଟି ବାଇକକୁ ମଧ୍ୟ ପୁଲିସ୍ ଜବତ କରିଛି। ଏମାନଙ୍କ ନାମରେ ବେଆଇନ ନିଶା କାରବାରରେ ମକଦ୍ଧମା ରଜ୍ଜୁ କରାଯାଇ ଭଂଜନଗର କୋର୍ଟକୁ  ଚାଲଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ୪ ଯୁବକ କନ୍ଧମାଳ ଜିଲ୍ଲାରୁ ୨ ବ୍ୟାଗରେ  ଗଂଜେଇ ଭର୍ତ୍ତି କରି ଭଂଜନଗର ରାସ୍ତାରେ ଆସୁଥିବା କଥା କୌଣସି ସୁତ୍ରରୁ ଖବର ପାଇ ଭଂଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସ୍ଆଇ ଶ୍ରୀ ବେହେରା, ଟୁନା ପିଡିକା ଓ ଲିତାରାଣୀ ପରିଡା ପ୍ରମୁଖ ପୁଲିସ୍ କର୍ମଚାରୀ ଦୂର୍ଗପ୍ରସାଦ ଠାରେ ଛକି ରହିଥିଲେ। ଏହି ୪ ଜଣ ଯୁବକଙ୍କ ୨ ବାଇକରେ ଭଂଜନଗର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ଏମାନଙ୍କ ବାଇକକୁ ପୁଲିସ୍ ଅଟକାଇଥିଲେ। ପୁଲିସକୁ ଦେଖି ଏହି ୪ ଯୁବକ ଗଂଜେଇ ସହ ବାଇକ ଛାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories