www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପ୍ରଭାବ: ଶୂନ୍‍ଶାନ୍‍ ଖେଳପଡ଼ିଆ, ଖେଳାଳି ନିରବ

ଭୁବନେଶ୍ୱର: ମହାମାରୀ ପ୍ରଭାବରେ ସମଗ୍ର କ୍ରୀଡ଼ା ଜଗତ ହୋଇଯାଇଛି ନିସ୍ତବ୍ଧ। ବିଶ୍ୱ କ୍ରୀଡ଼ା ଜଗତ ପାଲଟିଛି ନୀରବ। ଷ୍ଟାଡ଼ିୟମ୍‌ ଓ ପଡ଼ିଆରେ ଅଳ୍ପ କିଛି ଖେଳାଳି ଅଭ୍ୟାସ କରୁଛନ୍ତି। ତେବେ କରୋନା ସଂକ୍ରମଣ ଆଶଙ୍କାରେ ଅନେକ ପଡ଼ିଆକୁ ଆସୁନାହାନ୍ତି। ବିନା ଦର୍ଶକରେ ଷ୍ଟାଡ଼ିୟମ୍‌ କିମ୍ବା ପଡ଼ିଆକୁ ଫେରିବା ପାଇଁ ଖେଳାଳି ପସନ୍ଦ କରୁନାହାନ୍ତି। କରୋନା କଟକଣା କେବେ ହଟିବ ଏବଂ କ୍ରୀଡ଼ା କ୍ଷେତ୍ର ସ୍ବାଭାବିକ ହେବ ସେଥିନେଇ ଖେଳାଳୀମାନେ ନୀରବ ରହିଛନ୍ତି। ସବୁଠୁ ଲୋକପ୍ରିୟ କ୍ରିକେଟ୍‍ରୁ କବାଡ଼ି ଖେଳ, ଫୁଟବଲ୍‍ରୁ ବାସ୍କେଟ ବଲ୍‍, ହକିରୁ ଟେନିସ୍‍, ବ୍ୟାଡ୍‍ମିଣ୍ଟନ୍‍ରୁ ବକ୍ସିଂ, ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡ଼ିଆଁ, ଜାଭଲିନ୍‍ ଥ୍ରୋ ଆଦି ଦୌଡ଼କୁଦ ଖେଳ ଇତ୍ୟାଦି ସବୁ କ୍ରୀଡ଼ାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଦିନରାତି ଖେଳ ଓ ଖେଳାଳିଙ୍କୁନେଇ ଚଳଚଞ୍ଚଳ ହୋଇପଡୁଥିବା ଷ୍ଟାଡ଼ିୟମ୍‍ ଓ ପଡ଼ିଆ ଶୂନ୍‍ଶାନ୍‍ ହୋଇଯାଇଛି। ଯଦିଓ ଷ୍ଟଡ଼ିୟମ୍‍ ଓ ପଡ଼ିଆରେ ଅଭ୍ୟାସ ପାଇଁ ଖେଳାଳିଙ୍କୁ ଅନୁମତି ଦିଆଯାଇଛି, କିନ୍ତୁ ସେଠାକୁ ଦର୍ଶକ ଯିବେ ନାହିଁ ବୋଲି କଟକଣା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ୫.୦ ଲକ୍‍ଡାଉନ୍‍ ଜାରି ଘୋଷଣା କରାଯାଇଥିବାବେଳେ ତୃତୀୟ ପର୍ଯ୍ୟାୟ ପରିସ୍ଥିତିକୁ ଅନୁଧ୍ୟାନ କରି କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ କଟକଣା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସଂକଟ ସମୟରେ କ୍ରୀଡ଼ାରେ ସଫଳତା ପାଇବା ପାଇଁ ନିଜର ଅଭ୍ୟାସ ଓ ଆଗାମି ଦିନରେ ସେମାନଙ୍କ କ୍ୟାରିୟର କେଉଁ ମୋଡ଼ ଦେଇ ଗତି କରିବ ସେଥିନେଇ ଖେଳାଳି ନିରବ ରହିଛନ୍ତି।

କରୋନା ପ୍ରକୋପରେ କ୍ରୀଡ଼ା ଜଗତ ଶାନ୍ତ ପଡ଼ିଯାଇଥିବାବେଳେ ଖେଳାଳିମାନଙ୍କ ପାଇଁ ମଧ୍ୟ କାଳ ସାଜିଛି। ଆଇପିଏଲ୍‍, ଟ୍ୱେଣ୍ଟିଂ୨୦, ୟୁରୋକପ୍‍ ଫୁଟବଲ୍‍, କୋପା ଆମେରିକା ଫୁଟବଲ୍‍, ଫ୍ରେଞ୍ଚ ଓପନ୍‍ ଭଳି ପ୍ରତିଯୋଗିତା ସ୍ଥଗିତ ରଖାଯାଇଛି। ଟୋକିଓ ଅଲିମ୍ପିକ୍‍ସ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମଗ୍ର ବିଶ୍ୱରେ ୬,୨୦୭,୩୨୪ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨,୭୬୯,୩୭୭ ସୁସ୍ଥ ହୋଇଛନ୍ତି ଓ ୩୭୨,୦୧୬ଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। କେବେ କରୋନା କବଳରୁ ଏ ମାନବ ସମାଜ ମୁକୁଳିବ ଏବଂ ପୁଣିଥରେ ଖେଳାଳି ଓ ଖେଳ ପଡ଼ିଆ ଚଳଚଞ୍ଚଳ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

- Advertisement -

କ୍ରିକେଟ୍‍:

ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସ୍ଥଗିତ, ଭାରତ-ଦକ୍ଷିଣ ଆଫ୍ରିକା ଏକଦିବସୀୟ କ୍ରିକେଟ୍‍ ମ୍ୟାଚ୍‍ ବାତିଲ, ବାଂଲାଦେଶ-ପାକିସ୍ତାନ ଆଇସିସି ଟେଷ୍ଟ ଚମ୍ପିଆନ୍‍ସିପ୍‍ ଓ ଏକଦିବସୀୟ ସିରିଜ୍‍ ସ୍ଥଗିତ, ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‍ ସ୍ଥଗିତ, ବିସିସିଆଇ ଇରାନୀ ଟ୍ରଫି ସହ ମିହଳା ଏକଦିବସୀୟ କ୍ରିକେଟ୍‍ ମ୍ୟାଚ୍‍ ସ୍ଥଗିତ, ଇଣ୍ଡିଆନ୍‍ ପ୍ରିମିୟର୍‍ ଲିଗ୍‍(ଆଇପିଏଲ୍‍) ସ୍ଥଗିତ, ଓସିଏ ଆନ୍ତଃଜିଲା କଳାହାଣ୍ଡିକପ୍‍ ସ୍ଥଗିତ, ପାକିସ୍ତାନ ପ୍ରିମିୟର ଲିଗ୍‍ ସ୍ଥଗିତ, ରାଜ୍ୟ ଜୁନିୟର ଓ ସବ୍‍ଜୁନିୟର କରାଟେ ଚମ୍ପିଆନ୍‍ସିପ୍‍ ସ୍ଥଗିତ ହୋଇଛି।

ଫୁଟବଲ୍‍:

ଭାରତ-କାତାର ଫିଫା ବିଶ୍ୱକପ୍‍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‍ ସ୍ଥଗିତ, କୋପା-ଆମେରିକା ଫୁଟବଲ୍‍ ସ୍ଥଗିତ, ୟୁରୋ-୨୦୨୦ ଘୁଞ୍ଚିଲା, ବ୍ରାଜିଲ୍‍ ଫୁଟବଲ୍‍ ଫେଡେରେସନ୍‍ର ଏହାର ସମସ୍ତ ଜାତୀୟ ପ୍ରତିଯୋଗିତା ସ୍ଥଗିତ, ପ୍ୟାରିସ୍‍ ଫୁଟବଲ୍‍ ଲିଗ୍‍ ସ୍ଥଗିତ, ମେକ୍ସିକୋ ଫୁଟବଲ୍‍ ଲିଗ୍‍ ସ୍ଥଗିତ ରହିଛି।

ବ୍ୟାଡ୍‍ମିଣ୍ଟନ୍‍:

ଚାଇନା ମାଷ୍ଟର୍ସ ବ୍ୟାଡ୍‍ମିଣ୍ଟନ୍‍ ସ୍ଥଗିତ, ଏସିଆନ୍‍ ଟିମ୍‍ ଚମ୍ପିଆନ୍‍ସିପ୍‍ ସ୍ଥଗିତ, ଜର୍ମାନ୍‍ ଓପନ୍‍ ସ୍ଥଗିତ, ଏସିଆ ଚମ୍ପିଆନ୍‍ସିପ୍‍ ଭେନ୍ୟୁ ପରିବର୍ତ୍ତନ, ମାଲେସିଆ ଓପନ୍‍ ସ୍ଥଗିତ, ସିଙ୍ଗାପୁର ଓପନ୍‍ ସ୍ଥଗିତ, ଜାତୀୟ ପାରା ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନ୍‍ସିପ୍‍ ସ୍ଥଗିତ, ଇଣ୍ଡିଆ ଓପନ୍‍ ବ୍ୟାଡ୍‍ମିଣ୍ଟନ୍‍ ସ୍ଥଗିତ ରହିଛି।

ଟେନିସ୍‍:

ସମସ୍ତ ଆଇଟା ଟୁର୍ଣ୍ଣାମେଣ୍ଟ ବାତିଲ, ମାନିଲା ଓପନ୍‍ ବାତିଲ, ବିଶ୍ୱ ଇନ୍‍ଡୋର୍‍ ଚମ୍ପିଆନ୍‍ସିପ୍‍ ସ୍ଥଗିତ ହୋଇଛି।
ଦୌଡ଼କୁଦ: ସମସ୍ତ ରାଜ୍ୟ ଓ ଜାତୀୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଓ ଚମ୍ପିଆନ୍‍ସିପ୍‍ ସ୍ଥଗିତ ରହିଛି। ବିଶ୍ୱ ଇନ୍‍ଡୋର୍‍ ଚମ୍ପିଆନ୍‍ସିପ୍‍ ସ୍ଥଗିତ ରହିଛି।

ହକି:

ଭାରତର ଜାପାନ ଗସ୍ତ ବାତିଲ, ଜୁନିୟର ମହିଳା ଏସିଆ କପ୍‍ ସ୍ଥଗିତ, ସମସ୍ତ ଏଫ୍‍ଆଇଏଚ୍‍ ପ୍ରୋ-ହକି ଲିଗ୍‍ ସ୍ଥଗିତ। ହକି ଇଣ୍ଡିଆ ଜାତୀୟ ସବ୍‍ ଜୁନିଅର ଓ ଜୁନିୟର ଚମ୍ପିଆନ୍‍ସିପ୍‍ ସ୍ଥଗିତ, ଏଫ୍‍ଆଇଏଚ୍‍ ପ୍ରୋ-ହକି ଲିଗ୍‍ ସ୍ଥଗିତ ହୋଇଛି।
ବାସ୍‍କେଟ୍‍ ବଲ୍‍:ଏନ୍‍ବିଏ ଲିଗ୍‍ ସ୍ଥଗିତ ରଖାଯାଇଛି।

ବନ୍ଧୁକ ଚାଳନା:

ନୂଆଦିଲ୍ଲୀ ବିଶ୍ୱକପ୍‍ ସ୍ଥଗିତ, ଟୋକିଓ ଅଲିମ୍ପିକ୍‍ସ, ଟେଷ୍ଟ ଇଭେଣ୍ଟ ବାତିଲ ହୋଇଛି।

ବକ୍ସିଂ:

ଏସିଆ-ଓସମାନିଆ ଅଲିମ୍ପିକ୍ସ ଯୋଗ୍ୟତା ସ୍ଥଗିତ, ବିଶ୍ୱକପ୍‍ ବାତିଲ, ଲଣ୍ଡନ୍‍ ବକ୍ସିଂ ବିନା ଦର୍ଶକରେ ଆୟୋଜନ ଆଦି କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories