www.samajalive.in
Saturday, December 6, 2025
15.1 C
Bhubaneswar

ବିଚିତ୍ର ପରମ୍ପରା: ପୂର୍ବପୁରୁଷଙ୍କ କେଶରେ ସଜେଇ ହୁଅନ୍ତି ଏଠାକାର ମହିଳା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ କିଛି ସ୍ଥାନରେ ଏପରି କିଛି ପରମ୍ପରା ଅଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‍ ଏମିତି ହିଁ କିଛି ଆଶ୍ଚର୍ଯ୍ୟକର ପରମ୍ପରା ରହିଛି ଦକ୍ଷିଣ-ପଶ୍ଚିମ ଚୀନର ଗୁଇଝାଉର ମିଆଓ ଜନଜାତିଙ୍କର। ଏହି ସମୁଦାୟର ମହିଳାମାନେ ସେମାନଙ୍କ ପୂର୍ବ ପିଢ଼ିଙ୍କ କେଶରେ ତିଆରି ‘ହେଡ ଡ୍ରେସ’ ପିନ୍ଧିଥାନ୍ତି। ଏହାକୁ ସେମାନଙ୍କର ଏକ ବିଶେଷ ପରମ୍ପରା କୁହାଯାଇପାରେ।

ଶୁଣିବାକୁ ଏହା ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ ସତ। ମିଆଓ ଜନଜାତିର ମହିଳାମାନେ ମୁଣ୍ଡ କୁଣ୍ଡାଉଥିବା ବେଳେ ଉପୁଡି ପଡ଼ୁଥିବା କେଶକୁ କେବେ ବି ଫିଙ୍ଗନ୍ତି ନାହିଁ, ବରଂ ସେଗୁଡ଼ିକୁ ଏକାଠି କରି ରଖିଥାନ୍ତି। ଏହି ବିଚିତ୍ର ପରମ୍ପରା ଏଠାରେ କାହିଁ କେଉଁ କାଳରୁ ପ୍ରଚଳିତ ରହିଛି ଏବଂ ଆଜି ବି ଏହି ପରମ୍ପରା ଜୀବିତ ରହିଛି।

- Advertisement -

ତେବେ ସାଇତି ରଖାଯାଇଥିବା କେଶଗୁଚ୍ଛକୁ ବାଉଁଶରେ ତିଆରି ଶିଙ୍ଘ ଉପରେ ଖୋସାଯାଇଥାଏ। ଏହି ପ୍ରକାର ହେଡ ଡ୍ରେସ ମୁଖ୍ୟତଃ କମ ବୟସର ମହିଳା ଏବଂ ଯୁବତୀମାନେ ବିଶେଷ ଅବସରରେ ପିନ୍ଧିଥାନ୍ତି। ଏଥିରେ ବାଉଁଶ ଶିଙ୍ଘ ଏଥିପାଇଁ ବ୍ୟବହାର କରାଯାଇଥାଏ, କାରଣ ମିଆଓ ସମ୍ପ୍ରଦାୟ ଗାଈକୁ ବହୁତ ପବିତ୍ର ମାନିଥାନ୍ତି।

ଏକ ବିଶେଷ କଥା ହେଲା, ପ୍ରତ୍ୟେକ ପରିବାରରେ ମାଆ ତା’ ଝିଅକୁ ବାହାଘର ସମୟରେ ସେହି ହେଡ ଡ୍ରେସ ଦେଇଥାଏ। ବହୁ ବର୍ଷ ପୂର୍ବେ ଏହି ଜନଜାତିର ପୁରୁଷମାନେ ମଧ୍ୟ ହେଡ ଡ୍ରେସ ପିନ୍ଧୁଥିଲେ। କିନ୍ତୁ ଏବେ କେବଳ ମହିଳାମାନେ ହିଁ ପିନ୍ଧୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories