www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପ୍ରଭାବ, ମେଡିକାଲରେ ହ୍ରାସ ପାଉଛି ରୋଗୀ ସଂଖ୍ୟା

ପାଟକୁରା: ଦେଶରେ କରୋନା ମହାମାରୀ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ଅଜଣା ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୁନ୍‍ ଓ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାରକୁ ସଟଡାଉନ୍‍ ଘୋଷଣା କରିଛନ୍ତି। ଫଳରେ ପାଟକୁରା ମେଡିକାଲରେ ପୂର୍ବାପେକ୍ଷା ରୋଗୀମାନଙ୍କ ସଂଖ୍ୟା କମି କମି ଯାଉଥିବା ଜଣାଯାଇଛି। କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଲୋକମାନେ ସଟଡାଉନ୍‍ ସମୟରେ ଘରେ ରହୁଥିବାରୁ ମେଡିକାଲରେ ରୋଗୀମାନଙ୍କ ସଂଖ୍ୟା ବହୁ ମାତ୍ରାରେ କମ୍‍ ରହୁଥିବା ପରିଲକ୍ଷିତ ହେଉଛି।

ସେହିପରି ପୂର୍ବରୁ ଆମ ରାଜ୍ୟରେ କରୋନା ଆରମ୍ଭ ହେବା ସମୟରେ ପାଟକୁରା ମେଡିକାଲକୁ ବହୁ ପରିମାଣରେ ଥଣ୍ଡା, ଶର୍ଦ୍ଦି, ଜ୍ୱର ଓ କାଶ ଭଳି ରୋଗୀମାନେ ଆସୁଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ବହୁ ପରିମାଣରେ କମିଯାଇଛି। ଥଣ୍ଡା, ଶର୍ଦ୍ଦି, ଜ୍ୱର ଓ କାଶ ଭଳି ରୋଗୀମାନଙ୍କ ପାଇଁ ପାଟକୁରା ମେଡିକାଲ ପରିସରରେ ‘ଜ୍ୱର କ୍ଲିନିକ୍‍’ ନାମରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯାଇ ରୋଗୀମାନଙ୍କୁ ଦେଖାଯାଉଥିବା ପାଟକୁରା ମେଡିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ହିମାଂଶୁ ଭୂଷଣ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

- Advertisement -

ପରିବାରରେ କାହାର ଦେହ ଅସୁସ୍ଥ ଦେଖାଦେଲେ, ସେମାନେ ମେଡିକାଲକୁ ଫୋନ୍‍ କରି ଡାକ୍ତରମାନଙ୍କ ପରାମର୍ଶ ନେଉଥିବାର ଜଣାଯାଇଛି। ସେତିକି ଜରୁରୀ ନ ଥିଲେ କିମ୍ବା ଗୁରୁତର ରୋଗୀ ହୋଇ ନ ଥିଲେ ଲୋକମାନେ ମେଡିକାଲକୁ ଆସିବାକୁ ଉଚିତ୍‍ ମଣୁ ନାହାଁନ୍ତି। କରୋନା ସମୟରେ ଅଜଣା ଭୟରେ କେତେକ ଅଣ କରୋନା ରୋଗୀମାନେ ହିନସ୍ତା ହେଉଥିବାର ଜଣାଯାଇଛି। ସଂକ୍ରମଣ ଭୟରେ କେତେକ ରୋଗୀମାନେ ମେଡିକାଲକୁ ନ ଯାଇ ଘରେ ରହି ଡାକ୍ତରମାନଙ୍କ ସହିତ ପରାମର୍ଶ ନେଉଥିବାର ଦେଖାଯାଇଛି। ଏପରି କ୍ଷେତ୍ରରେ ଗ୍ୟାଷ୍ଟ୍ରିକ, ରକ୍ତଚାପ, ମଧୁମେହ, ଦାନ୍ତ ବିନ୍ଧା ଭଳି ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories