www.samajalive.in
Saturday, December 6, 2025
19.1 C
Bhubaneswar

ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବାଂଶପାଳ : କେନ୍ଦୁଝର ସଦର ଥାନା ଉପର ରାଇଗୋଡା ପଞ୍ଚାୟତ଼ର କୁମ୍ଭିରଖାଲ ନାଳରୁ ବୁଧବାର ଜଣେ ନାବାଳଙ୍କର ମୃତଦେହ ସଦର ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ରାୟଗୋଡ଼ା ଗ୍ରାମର ନବୀନ କିଶୋର ପ୍ରଧାନ ଓ ଅର୍ଚ୍ଚନା ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ(୧୭)।

ଘଟଣାରୁ ପ୍ରକାଶ ଯେ, ମନୋଜ ମଙ୍ଗଳବାର ଦିନ ୧୨ ଟାବେଳେ ନିଜ ଗ୍ରାମ ନିକଟସ୍ଥ ନାଳକୁ (ଓଡ଼ିଜିର-୯-କ୍ୟୁ-୩୧୬୪)ନିଜ ବାଇକ୍ ରେ କୁମ୍ଭିରଖାଲ ନାଳକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ମନୋଜର ମାଆ ଅର୍ଚ୍ଚନା ଘରୁ ତାଙ୍କ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ। ବାପା ନବୀନ ପୁଅକୁ ଘରେ ନପାଇ ମା’ସାଥିରେ ଯାଇଥିବ ଭାବି ପତ୍ନୀ ଅର୍ଚ୍ଚନାଙ୍କୁ ଫୋନ କରିଥିଲେ। ମାତ୍ର ଅର୍ଚ୍ଚନା ପୁଅକୁ ନଆଣି ଏକା ଆସିଥିବା କହିଥିଲେ। ପରେ ସନ୍ଧ୍ୟା ହେବା ପରେ ମଧ୍ୟ ମନୋଜ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଲେ ପୁଅ ମନୋଜକୁ ପାଇନଥିଲେ। ତେବେ ସନ୍ଧ୍ୟା ସମୟରେ ଗ୍ରାମର ଲୋକେ ନାଳକୁ ଯାଇଥିବାବେଳେ ମନୋଜର ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡିବାର ଦେଖିଥିଲେ। ଖବର ପାଇ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ତାଇ ଘଟଣା ସ୍ଥଳରେ ପହଁଞ୍ଚି ଅପମୃତ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories