www.samajalive.in
Saturday, December 13, 2025
27.1 C
Bhubaneswar

କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର

ଭୁବନେଶ୍ବର: କରୋନା ଆକ୍ରାନ୍ତ ରୋଗୀ ହୋମ୍‌ ଆଇସୋଲେସନ୍‌ ସୁବିଧା ଥିଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଲୋକଙ୍କ ପାଇଁ ଜଣେ ଘରଲୋକ ରହିବେ। ଘରର ସମ୍ପୃକ୍ତ ସାବାଳକ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ସେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ଯାବତୀୟ କଥା ବୁଝିବେ। ହୋମ୍‌ ଆଇସୋଲେସନ୍‌ ରୋଗୀଙ୍କ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଯୋଗାଇ ଦେବେ। ପିପିଇ କିଟ୍‌ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ସରକାର ଯୋଗାଇ ଦେବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ। ୮୦% କରୋନା ରୋଗୀ ଲକ୍ଷଣ ବିହୀନ। ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ୍‌ କେୟାର୍‌ ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଏଭଳି ବ୍ୟବସ୍ଥା ହୋଇଛି। କିଛି ବିଶେଷ ପ୍ରକାର ଲୋକଙ୍କୁ ମିଳିବ ନାହିଁ ହୋମ୍‌ ଆଇସୋଲେସନ୍‌ ଅନୁମତି। ଏଚ୍‌ଆଇଭି, କ୍ୟାନ୍‌ସର, ହୃଦ୍‌ରୋଗୀ, ବୟସ୍କ, ବହୁବିଧା ରୋଗାକ୍ରାନ୍ତ, ଅଙ୍ଗ ପ୍ରତିରୋପଣ ରୋଗୀଙ୍କୁ ହୋମ୍‌ ଆଇସୋଲେସନ୍‌ ସୁବିଧା ମଳିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ପ୍ରକାଶ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories