www.samajalive.in
Saturday, December 6, 2025
14.1 C
Bhubaneswar

କୋଭିଡ ଯୋଦ୍ଧା ମନୋରଞ୍ଜନଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍

ବଲାଙ୍ଗିର : କୋଭିଡ ଯୋଦ୍ଧା ପାଟଣାଗଡ ଥାନାରେ ଟାଉନ୍ ହାବିଲଦାର ମନୋରଞ୍ଜନ ବାରିକ(୪୦)ଙ୍କର ମୃତ୍ୟୁ ପରେ ଗୁରୁବାର ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।  ଗତ କିଛି ଦିନ ତଳେ ଶ୍ରୀ ବାରିକ କରୋନାରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୦ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଥିଲା। ବୁଧୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ଗୁରୁବାର ମରଶରୀର ରିଜର୍ଭ ପୁଲିସ ପଡିଆକୁ ଅଣାଯାଇଥିଲା। ସେଠାରେ ପୁଲିସ ବିଭାଗ ପକ୍ଷରୁ ସ୍ୱର୍ଗତ ବାରିକଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଏସ୍‌ପି ଦାୟିତ୍ୱରେ ଥିବା ବରଗଡ ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଏସ୍‌ପି ମନୋରଞ୍ଜନ ପ୍ରଧାନ, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ପାଟଣାଗଡ ଏସ୍‌ଡିପିଓ ସୁରେଶ ନାଏକ, ଏସିଷ୍ଟାଣ୍ଡ କମାଡେଣ୍ଟ କୁମୁଦ ସେଠ, ଟାଉନ୍ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ, ସଦର ଥାନା ଆଇଆଇସି ତୋଫାନ ବାଗ, ପୁଇଁନ୍ତଲା ଆଇଆଇସି ବି.ରୁଦ୍ରିୟା, ପାଟଣାଗଡ ଆଇଆଇସି କେ.ପ୍ରିୟଙ୍କା ରାଉତରାୟଙ୍କ ସହ ଅନ୍ୟ ଅଧିକାରୀ ଓ ସାଥୀ ସହଯୋଗୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସ୍ୱର୍ଗତ ବାରିକଙ୍କ ପତ୍ନୀ, ବାପା, ବଡ ଭାଇ ଶ୍ରଦ୍ଧାଞ୍ଜଳି ଦେବା ବେଳେ ପରିବେଶ ଶୋକାକୁଳ ହୋଇଥିଲା। ଭୋ ଭୋ ହୋଇ ପତ୍ନୀ କାନ୍ଦିବା ସହ ଅସହାୟ ହୋଇ ପଡୁଥିଲେ। ସାଙ୍ଗରେ ସ୍ୱର୍ଗତ ବାରିକଙ୍କ ୨ଝିଅ ଓ ଗାଁର କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ। କାନ୍ଦ ବୋବାଳି ସହ ଲୁହ ଅନେକଙ୍କୁ ଦୁଃଖ ଦେଇଥିଲା। ଏହାପରେ ବିଜାଖମନଠାରେ ସ୍ୱର୍ଗତ ବାରିକଙ୍କ ଶେଷକୃତ୍ୟ କରାଯାଇଥିଲା। ବଡ ଭାଇ ମୁଖାଗ୍ନୀ ଦେଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories