www.samajalive.in
Saturday, December 13, 2025
14.1 C
Bhubaneswar

୩ ସପ୍ତାହ ମଧ୍ୟରେ ହ୍ରାସ ପାଇବ କରୋନା ସଂକ୍ରମଣ – ଆଇସିଏମ୍‌ଆର୍ ବୈଜ୍ଞାନିକ

ମୁମ୍ବଇ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅନେକ ଘରେ ରହୁଥିବାବେଳେ କିଛି ଲୋକ ସରକାରଙ୍କ କଟକଣା ମାନୁନାହାନ୍ତି। ଏପରି ଅନେକ ସ୍ଥାନରେ ସାମାଜିକ ଦୂରତା ମଧ୍ୟ ବଜାୟ ରଖୁନାହାନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ସମସ୍ତେ କଡ଼ାକଡ଼ି ପାଳନ କଲେ ଆସନ୍ତା ତିନି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସଂକ୍ରମଣ ରୋଗ ଓ ମହାମାରୀ ବିଜ୍ଞାନ ବିଭାଗ ମୁଖ୍ୟ ଡ.ରମନ୍‌ ଗଙ୍ଗାଖେଡ୍‌କର୍‌ ପ୍ରକାଶ କରିଛନ୍ତି। ତେବେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟାପକ ଜନସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ଆଇସିଏମ୍‌ଆର୍‌ ପ୍ରୋଟୋକଲ୍‌ ଅନୁସାରେ ଭାରତରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ପରୀକ୍ଷା ପାଇଁ ଡାକ୍ତର ଓ ଚିକିତ୍ସା ବିଶେଷଜ୍ଞ ଦାବି ରଖୁଛନ୍ତି। ତେବେ ଯଥେଷ୍ଟ କିଟ୍‌ ନ ଥିବାରୁ ଅଧିକ ସଂଖ୍ୟକ କୋଭିଡ୍-୧୯ ପରୀକ୍ଷାରେ ବାଧକ ସାଜୁଛି ବୋଲି କହିବା ଠିକ୍‌ ନୁହେଁ। ଆଇସିଏମ୍‌ଆର୍‌ ପକ୍ଷରୁ କରୋନା ଭୂତାଣୁ ପରୀକ୍ଷଣ ପାଇଁ କୌଣସି କଟକଣାନାହିଁ। ଏବେ ବର୍ତ୍ତମାନ ଆମର ଭାଇରସ୍‌ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍‌ ଲାବରେଟୋରି ରହିଛି, ଯେଉଁଠି କରୋନା ଭୂତାଣୁ ପରୀକ୍ଷା କରାଯାଇଛି। ତେବେ ପ୍ରଥମ ପର୍ୟ୍ୟାୟରେ ୩୦ଟି ଲାବରେଟୋରିରେ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ଏହାପରେ ୬୦ଟି ଲାବରେଟୋରିରେ ଏହା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଏବଂ ୧୦୦ରୁ ଅଧିକ ଲାବରେଟୋରିରେ କୋଭିଡ୍-୧୯ ପରୀକ୍ଷା କରାଯାଉଛି। ଯଦି ଏଥିରେ ଘରୋଇ ଲାବରେଟୋରିଗୁଡ଼ିକ ଅନ୍ତର୍ଭୁକ୍ତ କରାଯିବ ତାହେଲେ ବହୁ ସଂଖ୍ୟାରେ କୋଭିଡ୍‌-୧୯ ପରୀକ୍ଷା କରାଯାଇପାରିବ। ତେବେ ଆସନ୍ତା ୬ରୁ୮ ସପ୍ତାହ ପର୍ୟ୍ୟନ୍ତ କୋଭିଡ୍-୧୯ ପରୀକ୍ଷଣ ପାଇଁ କିଟ୍ ଅଭାବ ରହିବ ନାହିଁ।

- Advertisement -

ଯଦି ଉହାନ ସହରରେ ସ୍ଥିତି ନିୟନ୍ତ୍ରଣ କରାଯାଇପାରିଲା ତେବେ ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କରେ ଡ.ରମନ୍‌ ଗଙ୍ଗାଖେଡ୍‌କର୍‌ କହିଥିଲେ ଯେ ଲୋକଙ୍କ ବିଭିନ୍ନ ବୟସର ଲୋକଙ୍କ ଜୀବନଶୈଳୀ ଏଥିପାଇଁ ଦାୟି। କ୍ରୋନିକ୍‌ ଡିଜିଜ୍‌, ଡାଇବେଟିକ୍ସ, ବ୍ଲଡ୍‌ପ୍ରେସର, ହାଇପରଟେନ୍‌ସନ୍ ଆଦି ବିଭିନ୍ନ ରୋଗରେ ଅଧିକାଂଶ ପୀଡ଼ିତ ଥିବା ଜଣାପଡ଼ିଛି। ସେଥିପାଇଁ ସେମାନେ ନିଜ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଆବଶ୍ୟକ। ତେବେ ସେମାନେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ସାମାଜିକ ଦୂରତ୍ବ ବଜାୟ ରଖିଲେ ଖୁବ୍‌ ଶୀଘ୍ର ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସଂକ୍ରମଣ ରୋଗ ଓ ମହାମାରୀ ବିଜ୍ଞାନ ବିଭାଗ ମୁଖ୍ୟ ଡ.ରମନ୍‌ ଗଙ୍ଗାଖେଡ୍‌କର୍‌ ପ୍ରକାଶ କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories