www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ପ୍ରଭାବ : ସଙ୍କଟରେ ପାଉଁରୁଟି ଶିଳ୍ପ, ଦୈନିକ ୫୦ ଲକ୍ଷ କ୍ଷତି

ଭୁବନେଶ୍ବର : କୋଭିଡ୍‌-୧୯ ବା କରୋନା ମାଡ ଏବେ ରାଜ୍ୟର ପାଉଁରୁଟି ଶିଳ୍ପ ଉପରେ ପଡିଛି । ପୂର୍ବରୁ ୩୦-୪୦ ଶ୍ରମିକ କାମ କରୁଥିବା ପାଉଁରୁଟି କମ୍ପାନୀରେ ଏବେ ମାତ୍ର ୧୫ ଜଣ ଶ୍ରମିକଙ୍କୁ ନେଇ କାମ ଚାଲୁଛି । କରୋନା ଭୟରେ ଅନେକ ଶ୍ରମିକ ଭାଟି ଛାଡି ଚାଲିଯାଇଛନ୍ତି। ଇତି ମଧ୍ୟରେ ଅନେକ ପାଉଁରୁଟି କମ୍ପାନୀ ବି ବନ୍ଦ ହୋଇଗଲାଣି । ଫଳରେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି ରାଜ୍ୟର ପାଉଁରୁଟି ଶିଳ୍ପ, ଏଥିଯୋଗୁ ଆଶଙ୍କା ମଧ୍ୟରେ ରହିଛନ୍ତି ଶିଳ୍ପ ସହ ଜଡିତ ୪୦,୦୦୦ ଶ୍ରମିକଙ୍କ ପରିବାର।
ରାଜ୍ୟରେ ​ମୋଟ ୬୦୦୦ ଛୋଟ ଓ ବଡ ପାଉଁରୁଟି କମ୍ପାନୀ ରହିଛି। ସେଥିରୁ ୩୦୦ରୁ ଅଧିକ ପଞ୍ଜିକୃତ କମ୍ପାନୀ । ରାଜ୍ୟରେ ​ଦୈନିକ ପାଉଁରୁଟି ପ୍ରସ୍ତୁତିରେ ୨୦୦୦ କୁଇଣ୍ଟାଲ ମଇଦା ଓ ଅଟା ଆବଶ୍ୟକ ହୋଇଥାଏ ା ଏଥିରୁ ଦୈନିକ ୨ ​କୋଟି ଟଙ୍କାର ପାଉଁରୁଟି ବ୍ୟବସାୟ ହୋଇଥାଏ।ତେବେ କରୋନା ଯୋଗୁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ପାଇଁ ବର୍ତ୍ତମାନ ପ୍ରାୟ ୨୫% ବ୍ୟବସାୟ କମିଯାଇଛି ।  ଏଥିଯୋଗୁ ପାଉଁରୁଟି କମ୍ପାନୀଙ୍କୁ ଦୈନିକ ୫୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ଚାହିଦା ଅନୁଯାୟୀ ଶିଳ୍ପ ଉତ୍ପାଦ ଯୋଗାଇ ପାରୁନାହିଁ । କଟକରେ ଚାଲୁଥିବା ୧୯ଟି ପାଉଁରୁଟି କମ୍ପାନୀ ମଧ୍ୟରୁ ୭ଟି ସକ୍ରିୟ ଭାବେ ଚାଲୁଥିବାବେଳେ ଭୁବ​‌େ​‌ନଶ୍ବରରେ ୪୨ କମ୍ପାନୀ ମଧ୍ୟରୁ ମାତ୍ର ୨୦ଟି ଚାଲୁଛି।  କଟକରେ ପାଉଁରୁଟି ଉତ୍ପାଦନ ଦୈନିକ ୨୦ କୁଇଣ୍ଟାଲ ରହିଥିବାବେଳେ ଲକ୍‌ ଡାଉନ୍‌ରେ ଏହା ୧୫-୧୬ କୁଇଣ୍ଟାଲକୁ ଖସିଆସିଛି । ସେହିଭଳି ଭୁବନେଶ୍ବରରେ ଦୈନିକ ୨୦୦ କୁଇଣ୍ଟାଲ ପାଉଁରୁଟି ପ୍ରସ୍ତୁତ ହେଉଥିବାବେଳେ ଏବେ ଲକ୍‌ଡାଉନ୍‌ରେ ଉତ୍ପାଦନ ୧୫୦ କୁଇଣ୍ଟାଲକୁ ହ୍ରାସ ଘଟିଛି। ଭୁବନେଶ୍ବରରେ ବିଶେଷ କରି ଅଧିକ ସଂଖ୍ୟାରେ ଶିକ୍ଷା ପ୍ରତିଷ୍ଠାନ ଏବଂ ହଷ୍ଟେଲ ରହିଥିବା ଯୋଗୁ ସେଠାରେ ପାଉଁରୁଟି ଚାହିଦା ଅଧିକ ରହିଥିବା ଆନନ୍ଦ ବ୍ରେଡର ସ୍ବତ୍ବାଧିକାରୀ ଶିବରାମ ରଥ କହିଛନ୍ତି । ପାଉଁରୁଟି ଶିଳ୍ପର କାର୍ଯ୍ୟ ଏଭଳି ଯେଉଁଠାରେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ସିଧାସଳଖ ହାତ ସ୍ପର୍ଶ ବିନା କୌଣସି କାର୍ଯ୍ୟ କରିବା କଷ୍ଟକର । କରୋନା ସଂକ୍ରମଣ ଭୟରେ ଆମେ ଅନେକ ମାଲିକ କମ୍ପାନୀ ବନ୍ଦ କରିଦେଇଛୁ । ଖାଉଟିଙ୍କୁ ସ୍ବାସ୍ଥ୍ୟକର ଉତ୍ପାଦ ଯୋଗାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ । ବହୁ ଶ୍ରମିକ ଗାଁକୁ ଚାଲିଯାଇଛନ୍ତି । ଏଥିପାଇଁ ପାଉଁରୁଟି କମ୍ପାନୀଙ୍କୁ ବେଶ କ୍ଷତି ସହିବାକୁ ପଡିଛି। ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଶ୍ରମିକ ଏବଂ ଏଜେଣ୍ଟଙ୍କୁ ମିଶାଇ ମୋଟ ୧୦,୦୦୦ ଲୋକ ପାଉଁରୁଟି ଶିଳ୍ପରେ କାର୍ଯ୍ୟରତ । ଏମାନଙ୍କର ସଂଖ୍ୟାକୁ ବିଚାରକୁ ନେଲେ କେବଳ ଭୁବନେଶ୍ବର ଓ କଟକରେ ପାଖପାଖି ୫୦,୦୦୦ ​ଲୋକ ଏହି ଶିଳ୍ପ ଉପରେ ଦୈନନ୍ଦିନ ଗୁଜୁରାଣ ପାଇଁ ନିର୍ଭରଶୀଳ ଥିବା ଶ୍ରୀ ରଥ କହିଛନ୍ତି ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories