www.samajalive.in
Wednesday, December 10, 2025
18.1 C
Bhubaneswar

ଗରିବଙ୍କ ସୁବିଧା ପାଇଁ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍‍ ଉପରେ ଗୁରୁତ୍ୱ : ଧର୍ମେନ୍ଦ୍ର ପ୍ରଧାନ

– ଡେଲିଭରି ବୟଙ୍କୁ ଆଗଧାଡିର ଯୋଦ୍ଧା ସହ ତୁଳନା
-ଲକ୍‍ ଡାଉନ୍‍ ସମୟରେ ଏଲପିଜି ବିରତକ ତଥା ଡେଲିଭରି ବୟଙ୍କ କାର୍ଯ୍ୟକୁ ପ୍ରଶଂସା
-ସିଲିଣ୍ଡର ନେଣଦେଣ ସମୟରେ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
-ଫେସ୍‍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‍, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ନେଇ ସଚେତନତା କରିବାକୁ ଆହ୍ୱାନ
-ଆଗଧାଡିର ଏଲପିଜି ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ଯତ୍ନ ନେବାକୁ ଆହ୍ୱାନ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଊର୍ଦ୍ଧ୍ବ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍‍ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଲକ୍‍ ଡାଉନ୍‍ ସମୟରେ ଘରେ ଘରେ ଏଲପିଜି ସିଲିଣ୍ଡର ଯୋଗାଣ କାର୍ଯ୍ୟକୁ ନିଶ୍ଚିତ କରିଥିବାରୁ ଏଲପିଜି ଡେଲିଭରି ବୟ ଏବଂ ବିରତକଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଡେଲିଭରି ବୟଙ୍କୁ ବର୍ତମାନ ସମୟରେ ଆଗଧାଡିର ଯୋଦ୍ଧା ସହ ତୁଳନା କରିଛନ୍ତି ।
ସେ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍‍ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ନିସ୍ୱ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ।
ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ମାଗଣାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ପହଁଚାଇବା କାମକୁ ସଠିକ୍‍ ଭାବରେ କରିବା ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଆଲୋଚନା କାଳରେ ଶ୍ରୀ ପ୍ରଧାନ ଏଲପିଜି ବିତରକ ତଥା କର୍ମଚାରୀ ଓ ଡେଳିଭରି ବୟଙ୍କୁ କରୋନା ଭାଇରସରୁ ରକ୍ଷା ନିମନ୍ତେ ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ବିତରକ ମାନଙ୍କୁ କହିଥିଲେ।
ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଡେଲିଭରି ବୟଙ୍କୁ ଫେସ୍‍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‍, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନତା କରିବା ସହ ଡେଲିଭରି ସମୟରେ ମଧ୍ୟ ଉପଭୋକ୍ତାଙ୍କୁ ସଚେତନତା କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ।
ଶ୍ରୀ ପ୍ରଧାନ କରୋନା ସଂକ୍ରମଣର ବିପଦକୁ କମ୍‍ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା, ସ୍ୱଚ୍ଛତା କାର୍ଯ୍ୟକୁ ଜାରୀ ରଖିବାକୁ ବିତରକମାନଙ୍କୁ ଆହ୍ୱାନ କରିଥିଲେ। ଏହାସହ ଆଗଧାଡିର ଏଲପିଜି ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କର ଯତ୍ନ ନେବାକୁ ଶ୍ରୀ ପ୍ରଧାନ
ବିତରକମାନଙ୍କୁ ଏହି ଆଲୋଚନାରେ ଆହ୍ୱାନ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories