କେଶଦୁରାପାଳ: କରୋନା ମାଡ଼ରେ ସାରା ସମାଜ ପ୍ରଭାବିତ ହୋଇଥିବା ବେଳେ ଏଥିରୁ କୁନିକୁନି ଛାତ୍ରୀ ବି ବାଦ ପଡ଼ିନାହାନ୍ତି । କରୋନା ମହାମାରୀ ସମୟରେ ପରିବାର ପେଟ ପାଇଁ ବାଡ଼ିରେ ହୋଇଥିବା ସଜନା ଶାଗକୁ ଧରି ଜଣେ ଛାତ୍ରୀ ବଜାରରେ ବସିଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଆନନ୍ଦପୁର ସଟଡାଉନ ଥିବା ବେଳେ ଏଥିରୁ କିଛିଟା କୋହଳ ହେବା ପରେ ସୋମବାର ଦୋକାନ ଖୋଲିବା ପରେ ପରିବା ବଜାରରେ ଆନନ୍ଦପୁର ପୈାର ପରିଷଦ ୧୫ନଂ ୱାର୍ଡର ଜଣେ ଛାତ୍ରୀ ପେଟ ପାଇଁ ସଜନା ଶାଗ ଧରି ବଜାରରେ ବସି ଗ୍ରାହକକୁ ଅପେକ୍ଷା କରିଛି। କରୋନା ମାଡ଼ରେ ପରିବାର ଚିନ୍ତା କରି ଛାତ୍ରୀଜଣକ ଶାଗ ଧରି ଆଜି ବଜାରରେ ବସିଥିବା ନେଇ ଚର୍ଚ୍ଚା ହେଉଛି ।
Popular Categories



