www.samajalive.in
Saturday, December 6, 2025
26.1 C
Bhubaneswar

ଧାନ ବିକ୍ରି ପ୍ରାପ୍ୟ ନ ମିଳିବା ଘଟଣାରେ ବନ୍ଧା ହେଲେ ଦୁଇ କର୍ମଚାରୀ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ଲ୍ୟାମ୍ପସ୍ ରେ ଗତ ଫେବୃଆରୀ ମାସରେ ବ୍ଲକ ଅଞ୍ଚଳର ୬୮ଜଣ ଚାଷୀ ଧାନ ବିକ୍ରି କରି ପ୍ରାପ୍ୟ ପାଇନଥିଲେ। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବିଜେପି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ଦିଆଯାଇ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରାଯିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଦାବି ଦୋହରାଇ ଥିଲେ। ସମବାୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଡିଆରସିଏସ୍ ଏନେଇ ପାଟଣା ଥାନାରେ ଲ୍ୟାମ୍ପସ୍ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ଦାଏର କରିଥିଲେ। ଏନେଇ ଥାନା ସବ୍ଇନିସପେକ୍ଟର ଅରୁପ କୁମାର ସାମଲ ଘଟଣାର ସବିଶେଷ ତଦନ୍ତ କରିବା ପରେ ଲ୍ୟାମ୍ପସ୍ ରେ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କିରିଛନ୍ତି। ଗିରଫ ଦୁଇ ଜଣ ସାହାରପଡା ଲ୍ୟାମ୍ପସ୍ ରେ ଏମଡି ଥିବା ଖଗେଶ୍ୱର ମହାନ୍ତ ଓ ଟଭାସରୁଆ ଶାଖାର ଶାଖା ପରିଚାଳକ ଚିତ୍ତରଞ୍ଜନ ନାୟକ ବୋଲି ଜଣାପଡିଛି। ଏମାନେ ଧାନ କିଣା ଘଟଣାରେ ଲ୍ୟାମ୍ପସ୍ ରେ ପାଖାପାଖି ୬୫ଲକ୍ଷ ଟଙ୍କା ଠକେଇ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି। ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଧାନ ବିକ୍ରି କରିଥିବା ୬୮ଜଣ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ଦିଆ ନ ଗଲେ ସେପ୍ଟେମ୍ବର ୮ରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ କରିବ ବୋଲି ତିନି ଦିନ ତଳେ ନବନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories