www.samajalive.in
Saturday, December 6, 2025
15.1 C
Bhubaneswar

ଭାରତରେ କରୋନା ମୃତ୍ୟୁ ୫୦୦ ଟପିଲା, ୧୫ ହଜାର ୬୭୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୬୭୬ରେ ପହଞ୍ଚିଥିବାବେଳେ ୫୦୬ ଜଣ ଏହି ପ୍ରାଣଘାତୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ରବିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମହାରାଷ୍ଟ୍ର ଦେଶର ସବୁଠରୁ ବଡ଼ ହଟସ୍ପଟ ପାଲଟିଛି। ଏହି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ-୧୯ଇଣ୍ଡିଆ ୱେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୬୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଠାରେ ସର୍ବାଧିକ ୨୧୧ ଜଣଙ୍କ  ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ରାଜଧାନୀ ନୂଆଦିଲ୍ଲୀ। ଦିଲ୍ଲୀରେ ୧୮୯୩ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀ ପଛକୁ ମଧ୍ୟପ୍ରଦେଶରେ ୧୪୦୨, ଗୁଜରାଟରେ ୧୩୭୬, ତାମିଲନାଡୁରେ ୧୩୭୨, ରାଜସ୍ଥାନ ୧୩୫୧, ଉତ୍ତରପ୍ରଦେଶ ୯୭୪, ତେଲେଙ୍ଗାନା ୮୦୯, ଆନ୍ଧ୍ରପ୍ରଦେଶ ୬୦୩, କେରଳ ୩୯୯, କର୍ଣ୍ଣାଟକ, ୩୮୪, ଜାମ୍ମୁ-କାଶ୍ଵୀର ୩୪୧, ପଶ୍ଚିମବଙ୍ଗ ୨୮୭, ପଞ୍ଜାବ ୨୩୪, ହରିୟାଣା ୨୩୨ ଓ ବିହାରରେ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ ୧୫, ରାଜସ୍ଥାନରେ ୨୧, ଉତ୍ତରପ୍ରଦେଶରେ ୧୪, ତେଲେଙ୍ଗାନାରେ ୧୮, ଆନ୍ଧ୍ରପ୍ରଦେଶରେ ୧୬, ପଞ୍ଜାବରେ ୧୬, କର୍ଣ୍ଣାଟକରେ ୧୪, ପଶ୍ଚିମବଙ୍ଗରେ ୧୨ ଜଣ ପ୍ରାଣ ହରାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories