www.samajalive.in
Friday, December 5, 2025
20.1 C
Bhubaneswar

ଭାରତରେ କରୋନା: ୮୫ ହଜାର ୯୪୦ ଆକ୍ରାନ୍ତ, ୨୪ ଘଣ୍ଟାରେ ୧୦୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୫ ହଜାର ୯୪୦ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨୭୫୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୩୦ ହଜାର ୧୫୩ ଜଣ ସୁସ୍ଥ ହୋଇଥିବାବେଳେ ୫୩ ହଜାର ୩୫ ଜଣ  ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ମହାରାଷ୍ଟ୍ରରେ ସର୍ବାଧିକ ୨୯ ହଜାର ୧୦୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୬୮ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଏଠାରେ ୧୦ ହଜାର ୧୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୭୧ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୯୯୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬୦୦ ପାର୍‌ ହୋଇ ୬୦୬ରେ ପହଞ୍ଚିଛି। ଏହାବ୍ୟତୀତ ଦିଲ୍ଲୀରେ ୮୮୯୫ ଆକ୍ରାନ୍ତ ଓ ୧୨୩ ମୃତ, ରାଜସ୍ଥାନରେ ୪୭୪୭ ଆକ୍ରାନ୍ତ ଓ ୧୨୫ ମୃତ, ମଧ୍ୟପ୍ରଦେଶରେ ୪୫୯୫ ଆକ୍ରାନ୍ତ ଓ ୨୩୯ ମୃତ, ଉତ୍ତରପ୍ରଦେଶରେ ୪୦୫୭ ଆକ୍ରାନ୍ତ ଓ ୯୫ ମୃତ, ପଶ୍ଚିମବଙ୍ଗରେ ୨୪୬୧ ଆକ୍ରାନ୍ତ ଓ ୨୨୫ ମୃତ, ଆନ୍ଧ୍ରପ୍ରଦେଶରେ ୨୩୦୭ ଆକ୍ରାନ୍ତ ଓ ୪୮ ମୃତ, ପଞ୍ଜାବରେ ୧୯୩୨ ଆକ୍ରାନ୍ତ ଓ ୩୨ ମୃତ, ତେଲେଙ୍ଗାନାରେ ୧୪୫୪ ଆକ୍ରାନ୍ତ ଏବଂ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କର୍ଣ୍ଣାଟକରେ ୧୦୫୬ ଆକ୍ରାନ୍ତ ଓ ୩୬ ମୃତ, ବିହାରରେ ୧୦୩୩ ଆକ୍ରାନ୍ତ ଓ ୭ ମୃତ, ଜାମ୍ମୁ-କାଶ୍ମୀରରେ ୧୦୧୩ ସଂକ୍ରମିତ ଓ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories