www.samajalive.in
Friday, December 12, 2025
16.1 C
Bhubaneswar

କଟକ ଜିଲା ପାଇଁ ନୂଆ ରଣନୀତି , ଗ୍ରାମାଞ୍ଚଳ ପରିଚାଳନା କମିଟି ଉପରେ ଦାୟିତ୍ବ

ଭୁବନେଶ୍ବର : କଟକ ଜିଲାରେ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାର ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଏବେ ଜିଲାକୁ ଦୈନିକ ପ୍ରାୟ ୧୦୦ ଲୋକ ଫେରୁଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। କଟକ ଜିଲା ଓ ମହାନଗର ନିଗମ ଅଞ୍ଚଳରୁ  ବର୍ତ୍ତମାନ ସୁଦ୍ଧା ୧୯୧ ଜଣ କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ଏବେ ୪୩ ଜଣ ଚିକିତ୍ସିତ ହେଉଛନ୍ତି। ଏସବୁ ଦୃଷ୍ଟିରୁ କିଛିଟା ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲା କୋଭିଡ୍ ପର୍ଯ୍ୟବେକ୍ଷକ ଡ଼ ସୌରଭ  ଗର୍ଗ କହିଛନ୍ତି, ପୂର୍ବରୁ ଥିବା ୱାର୍ଡ ପରିଚାଳନା କମିଟି ବଦଳରେ ରାଜସ୍ବ ଗ୍ରାମ ସ୍ତରରେ ପରିଚାଳନା କମିଟି ଗଠନ କରାଯାଇଛି। ଗଁା କଲ୍ୟାଣ କମିଟିର ସଦସ୍ୟମାନେ ଏହି କମିଟିରେ ରହିବେ ଏବଂ ୱାର୍ଡ ମେମ୍ବରମାନେ ଏହାର ମୁଖ୍ୟ ରହିବେ। ପରିଚାଳନା କମିଟିରେ ଆଶା, ଅଙ୍ଗନବାଡ଼ୀ କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବ ଗୋଷ୍ଠୀ, ଦୁର୍ବଳ ଶ୍ରେଣୀର ପ୍ରତିନିଧି ପ୍ରମୁଖ ସଦସ୍ୟ ରହିବେ। କୋଭିଡ୍ ପରିଚାଳନା ପାଇଁ ପ୍ରତି ଗଁା କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି। ଏନ୍‌ଏସି ଓ ପୌରପାଳିକାରେ ଗଠନ ହୋଇଥିବା ପରିଚାଳନା କମିଟିକୁ ଅନୁରୂପ ଅର୍ଥ ଦିଆଯାଇଛି। ଜିଲା ଓ ବ୍ଲକ୍ ସ୍ତରରେ ତାଲିମ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ଗ୍ରାମ ସ୍ତରରେ କୋଭିଡ୍ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆସିଏମ୍‌ଆର ନିର୍ଦେଶ ଅନୁସାରେ ସିଏମ୍‌ସି ଅଞ୍ଚଳରେ ବ୍ୟାପକ ସର୍ବେକ୍ଷଣ ସହ କୋଭିଡ୍ ମୁକାବିଲାରେ ସର୍ବଶ୍ରେଷ୍ଠ କୌଶଳ ଆପଣେଇବା ଓ ଯୋଗ୍ୟ ମାମଲାର ପରୀକ୍ଷଣ ଉପରେ ଗୁରୁତ୍ବ ଦିଆଯିବ।
ସିଏମ୍‌ସି କମିଶନର ଅନନ୍ୟା ଦାସ କହିଥିଲେ ଯେ ଘରକୁ ଘର ସର୍ବେକ୍ଷଣ ସମୟରେ ଯଦି ଲକ୍ଷଣ ଥିବା ଦେଖାଯାଏ ତେବେ ସେମାନଙ୍କୁ କୋଭିଡ୍ କେୟାର ହୋମ୍ ଓ ସଙ୍ଗରୋଧ ପାଇଁ ନିଆଯିବ। ସରପଞ୍ଚ ଓ ପଞ୍ଚାୟତସ୍ତରୀୟ ନୋଡ଼ାଲ ଅଧିକାରୀ ଏହି କୋଭିଡ୍ କେୟାର ହୋମ୍ ଦାୟିତ୍ବରେ ରହିବେ। କଟକରେ ବର୍ତ୍ତମାନ ୩୪୯୦ ଶଯ୍ୟା ବିଶିଷ୍ଟ ମୋଟ ୩୭୩ଟି କୋଭିଡ୍ କେୟାର ହୋମ୍ ରହିଛି। ଜିଲାର ୩ଟି ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୬ଟି କ୍ଲଷ୍ଟର ଟିଏମ୍‌ସି ରହିଛି। ଏଠାରେ ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ। ଜିଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଏଠା‌େର ଆନୁଷ୍ଠାନିକ କ୍ବାରେଣ୍ଟାଇନ୍‌ରେ ରହିବେ।  ଲକ୍ ଡାଉନ୍ ସମୟରେ ଘରକୁ ଘର ସର୍ବେକ୍ଷଣ କରାଯାଇ ଜ୍ବର, ଥଣ୍ଡା, କାଶ ଲକ୍ଷଣ ଥିବା ଲୋକଙ୍କୁ ସପ୍ତାହେ ମଧ୍ୟରେ ଚିହ୍ନଟ କରାଯିବ। ପଞ୍ଚାୟତିରାଜ ପ୍ରତିନିଧି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଥାନା ଅଧିକାରୀମାନେ ଏସବୁ କାର୍ଯ୍ୟରେ ସହଯୋଗ କରିବେ। ସରକାରୀ ଡ଼ାକ୍ତରଖାନା ଓପିଡ଼ିରେ ସ୍କ୍ରିନିଂ ଓ ଆଣ୍ଟିଜେନ୍ ଟେଷ୍ଟ ଉପରେ ଗୁରୁତ୍ବ ଦିଆଯାଉଛି। ପରୀକ୍ଷଣରେ ପଜିଟିଭ୍ ଜଣାପଡ଼ିଲେ ତୁରନ୍ତ କୋଭିଡ୍ ହସ୍ପିଟାଲ କିମ୍ବା କୋଭିଡ୍ କେୟାର ହୋମ୍‌କୁ ସ୍ଥାନାନ୍ତର କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories