www.samajalive.in
Monday, December 8, 2025
14.1 C
Bhubaneswar

ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା, କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିବା ପରେ ନିଆଯିବ ପଦକ୍ଷେପ

କଟକ: କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଜଣେ ୨୧ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ୨୧ବର୍ଷୀୟ ପୁରୁଷଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି ସୂଚନା ମିଳିଛି।


କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ। ସରକାରୀ କ୍ବାରେଣ୍ଟାଇନ୍‌ରୁ ୧୧, ପେଡ୍‌ କ୍ବାରେଣ୍ଟାଇନ୍‌ରୁ ୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ବାରେଣ୍ଟାଇନ୍‌ରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍ ୮ଜଣ ରହିଛି। ସେହିପରି ଏସ୍‌ସିବି ମେଡ଼ିକାଲ୍‌ କଲେଜ ଆଇେସାଲେସନ୍‌ ୱାର୍ଡରୁ ୪ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସଂକ୍ରମିତ ହୋଇଛନ୍ତି। ସେମାନେ ଅନ୍ୟ ଜିଲାରୁ ଆସିଥିବା ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି।
ଲୋକାଲ୍‌ କେସ୍ ମଧ୍ୟରେ ଦରଘା ବଜାରରୁ ଜଣେ, ମାଲ୍‌ଗୋଦାମ ବେହେରା ସାହିରୁ ଜଣେ, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଜଣେ, ଶଙ୍କରପୁର ଜଣେ, ତୁଳସୀପୁର ଜଣେ, ଓଡ଼ିଆ ବଜାର ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଚିହ୍ନଟ, ଓଡ଼ିଆ ବଜାର ଅଞ୍ଚଳରୁ ୧୨ଜଣ ଏବଂ ଜଣେ ୮୮ ବର୍ଷର ମହିଳା ଚିହ୍ନଟ ହୋଇଛନ୍ତି।
ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ ମଧ୍ୟରେ ଅନ୍ୟ ଜିଲାରୁ ଆସିଥିବା ଓଏମ୍‌ପି ୬ଷ୍ଠ ବାଟାଲିଅନ୍‌ର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ସଂକ୍ରମିତ ସଂସ୍ପର୍ଶରେ ଆସିଥିବା ତନ୍ତି ସାହିର ଜଣେ ପୁରୁଷ, ପୁରୁଣା ରାଉସପାଟଣାରୁ ୩ଜଣ, ଖଟବିନ୍ ସାହିର ୩ଜଣ ପୁରୁଷ ଓ ଜଣେ ମହିଳା, ଶେଖ୍ ବଜାର ଜଣେ ମହିଳା ଓ ଜଣେ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସିଏମ୍‌ସି ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories