www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ଅପଡେଟ୍ : ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୯୨,୯୧୯

ୱାଶିଟନ : ସାରା ବିଶ୍ବ ଏବେ କରୋନା କାୟାରେ କବଳିତ। ଦିନକୁ ଦିନ କରୋନାର କାୟା ଅଧିକ ବ୍ୟାପୀବାରେ ଲାଗିଛି। ବିଶ୍ବର ୨୧୩ଟି ଦେଶରେ ଏବେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ବିଶ୍ବରେ ୭୦,୯୨,୯୧୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୬,୨୦୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୩୪,୬୨,୧୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ସଂକ୍ରମଣରେ ଆମେରିକା ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ୨୦,୦୭,୪୪୯ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୧,୧୨,୪୬୯ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପଛକୁ ବ୍ରାଜିଲ ଅଧିକ ପ୍ରଭାବିତ ହୋଇଛି। ବ୍ରାଜିଲରେ ୬,୯୧,୯୬୨ ଜଣ କରୋନା ଆକ୍ରାନ୍ତ ଥିବାବେଳେ ୩୭,୩୧୨ ଜଣଙ୍କର ମୃତ୍ୟ ଘଟିଛି। ସେହିପରି ଋଷ ତୃତୀୟ ସ୍ଥାନରେ ରହିଛି। ​ଋଷରେ ୪,୬୭,୬୭୩ କରୋନା ଆକ୍ରାନ୍ତ ଥିବାବେଳେ ୫,୮୫୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସ୍ପେନରେ ୨,୮୮,୬୩୦ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୭,୧୩୬ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିଟେନରେ ୨,୮୬,୧୯୪ ଜଣ କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୦,୫୪୨ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories