ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଞ୍ଚିଛି। ୧,୨୪,୦୯୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ୧,୨୫,୩୮୧ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯,୯୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୨୦୬ ଜଣଙ୍କର ମୃତ୍ୟୁ ଘଟିଛି।
କରୋନା ଆକ୍ରାନ୍ତ ଦେଶ ତାଲିକାରେ ଭାରତ ବ୍ରିଟେନ ତଳକୁ ୬ନମ୍ବର ସ୍ଥାନରେ ରହିଛି।



