www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇ ହଜାର ଛୁଇଁଲା ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନବରଙ୍ଗପୁର : ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଛୁଇଁଛି। ନବରଙ୍ଗପୁର ଜିଲ୍ଲାରୁ ଶୁକ୍ରବାର ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୫୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଉମରକୋଟ ପୌରାଞ୍ଚଳରୁ  ୭୩ ଜଣ, ନବରଙ୍ଗପୁର ପୌରାଞ୍ଚଳରୁ  ୪୫ ଜଣ,  ଉମରକୋଟ ବ୍ଲକ ରୁ ଜଣେ, କୋଶାଗୁମୁଡ଼ା ବ୍ଲକ ରୁ ୫ ଜଣ, ପାପଡାହାଣ୍ଡି ବ୍ଲକର ଜଣେ,  ନନ୍ଦାହାଣ୍ଡି ବ୍ଲକ ରୁ ୧୭ ଜଣ, ଚନ୍ଦାହାଣ୍ଡିରୁ ୨ ଜଣ, ରାଇଘର ବ୍ଲକରୁ ୨ ଜଣ  ଏବଂ ତେନ୍ତୁଳୀଖୁଣ୍ଟି ୪ଜଣ  ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ  ସୂଚନା ମିଳିଛି ।
ଆଜିର ୧୫୧ଜଣ ଆକ୍ରାନ୍ତ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୨୦୦୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୧୫ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୭୭୪ ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ  ୬୩୦ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରୁଥିବା ଦେଖି ପ୍ରଶାସନର ଅନୁମତି ମାଗି ନବରଙ୍ଗପୁର, ପାପଡାହାଣ୍ଡି, ଉମରକୋଟ ଏବଂ ଝରୀଗାଁ ଆଦି ଗ୍ରାମରେ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବା ସହ ୨ ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସ୍ଥାନୀୟ ବ୍ୟବସାୟ ସଂଘ ନିଷ୍ପତି ନେଇଅଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories