www.samajalive.in
Saturday, December 6, 2025
14.1 C
Bhubaneswar

ରୋଜଗାରର ମାଧ୍ୟମ କରୋନା: ୧୧ ଟଙ୍କିଆ ଡେଉଁରିଆ ବିକି ତାନ୍ତ୍ରିକ ଗିରଫ

ଲକ୍ଷ୍ନୌ : ବିଶ୍ବରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ କିଛି ଲୋକ ଏହାର ଭରପୁର ମଜା ଉଠାଇବାକୁ ପଛାଉ ନାହାନ୍ତି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଅନ୍ଧବିଶ୍ବାସ ପରମ୍ପରାକୁ ମଧ୍ୟ ପ୍ରସୟ ଦେଉଛନ୍ତି। କରୋନା ଭୂତାଣୁରେ ହଜାର ହଜାର ଲୋକ ପ୍ରାଣ ହରାଇ ଥିବା ବେଳେ ଏହାକୁ ରୋଜଗାରର ପନ୍ଥା ବନାଇଛି ଜଣେ ତାନ୍ତ୍ରିକ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ କୌତୁହଳପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।

ଲକ୍ଷ୍ନୌର ଡାଲିଗଞ୍ଜ ହାତୀ ପାର୍କ ସାମ୍ନାରେ ସବୁଜ ଟ୍ୟାଙ୍କ ନିକଟରେ ରହୁଥିବା ତାନ୍ତ୍ରିକ ମୋ. ଅହମଦ ସିଦ୍ଦିକି ଦାବି କରିଥିଲେ ଯେ, ଝଡା ଫୁଙ୍କା କରି ସେ କରୋନା ଦାଉରୁ ଲୋକଙ୍କୁ ରକ୍ଷା କରି ପାରିବେ। କେବଳ ସେତିକି ନୁହେଁ ମାତ୍ର ୧୧ ଟଙ୍କାରେ ତାବିଜ୍ ବା ଡେଉଁରିଆ ମଧ୍ୟ ବିକ୍ରି କରୁଥିଲେ। ଏନେଇ ସେ ନିଜ ଘର ସାମ୍ନାରେ ଏକ ପୋଷ୍ଟର ମଧ୍ୟ ଲଗାଇଥିଲେ। ଶନିବାର ଲକ୍ଷ୍ନୌ ପୁଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିଛି। ତାନ୍ତ୍ରିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories