www.samajalive.in
Friday, December 5, 2025
17.1 C
Bhubaneswar

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩ ଛୁଇଁଲା, ହସ୍ପିଟାଲରୁ ୫ ସନ୍ଦିଗ୍ଧ ଫେରାର

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ଶନିବାର ସୁଦ୍ଧା ୮୩ ଛୁଇଁଛି। ଶୁକ୍ରବାର ବିଳମ୍ବିତ ରାତିରେ ଅହମଦନଗର ଏବଂ ମୁମ୍ବଇରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଏହା ବ୍ୟତୀତ ଶୁକ୍ରବାର ସୁଦ୍ଧା ଦେଶରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଦିଲ୍ଲୀର ଜଣେ ୬୮ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ କର୍ଣ୍ଣାଟକର କାଲାବୁରାଗି ଅଞ୍ଚଳରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ନାଗପୁରର ମାୟୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୫ କରୋନା ସନ୍ଦିଗ୍ଧ ଆଇସୋଲେଶନ ୱାର୍ଡରୁ କେଉଁଆଡେ ପଳାଇଛନ୍ତି। ଏହି ୫ ଜଣଙ୍କ ମଧ୍ୟରୁ ଜଣକ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଅନ୍ୟ ୪ ଜଣଙ୍କର ରିପୋର୍ଟ ଆସିନାହିଁ। ସେମାନଙ୍କୁ ଠାବ କରାଯାଇଛି ଏବଂ ଖୁବଶୀଘ୍ର ହସ୍ପିଟାଲରେ ପୁଣି ଭର୍ତ୍ତି କରାଯିବ ବୋଲି ନାଗପୁର ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories