www.samajalive.in
Monday, December 15, 2025
26.1 C
Bhubaneswar

କରୋନା ସଙ୍କଟ : ମୂର୍ତ୍ତିକାରଙ୍କ ମନରେ ସୃଷ୍ଟି ହୋଇଛି ଆଶାର କିରଣ

ଗୁରୁଡିଝାଟିଆ :  କରୋନାର ସଙ୍କଟ ଏବେ ମଧ୍ୟ ଅନେକ ସଂପ୍ରଦାୟଙ୍କ ମୁହଁରେ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଜୀବନ ଜୀବିକା ଭୁଷୁଡି ପଡିଥିବା ବେଳେ ଏବେ ଚେନ୍ନାଏ ହସ ଦେଖାଦେଇଛି ମୂର୍ତ୍ତିକାର ପରିବାର ମୁହଁରେ। ଗତ ୨ବର୍ଷ ଧରି ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ଓ ଧାର୍ମିକସ୍ଥଳରେ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା । ଏବେ କଟକଣା ଭିତରେ ପାର୍ବଣ ଅନୁଷ୍ଠିତ ହେବ। ଯଦିଓ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ମୂର୍ତ୍ତି କରି ପରିବାର ପୋଷଣ ପରେ ବର୍ଷକ ପାଇଁ ବେଶ କିଛି ସଞ୍ଚୟ କରିଥିବା ମୂର୍ତ୍ତିକାର ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । କରୋନା ପାଇଁ ହାତଗୋଡ ବାନ୍ଧି ବସିଥିଲେ ସେମାନେ। ହେଲେ ଏବେ ସ୍ୱାଭାବିକ ଅବସ୍ଥା ଫେରିବାକୁ ଲାଗିଥିବାରୁ ଆର୍ଥିକ ସଂକଟ ସୁଧୁରି ନଥିଲେ ମଧ୍ୟ ପୁୂନର୍ବାର ଅଣ୍ଟା ସଳଖି ଆଗକୁ ବଢିବା ପାଇଁ ଉଦ୍ୟମ ଜାରିରଖିଛନ୍ତି ମୂର୍ତ୍ତିକାରମାନେ । ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତର ମହାଳପଡାର କୁମ୍ଭାର ସଂପ୍ରଦାୟ ନିଜର ଭାସ୍କର୍ଯ୍ୟ ପାଇଁ ହାତର ଚମତ୍କାରିତାରେ ସୃଷ୍ଟି କରିଥାନ୍ତି ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟୀ ପ୍ରତିମା। ବିଜୟନଗରମରୁ ଗୁଜୁରାଟ ତାଙ୍କର ଖ୍ୟାତି ମଧ୍ୟ ରହିଛି । ଅତି ସୁନ୍ଦର ଭାବରେ ନିଜର କଳାକୁ ମାଟି ଦ୍ୱାରା ପ୍ରଦର୍ଶିତ କରିଥାନ୍ତି । ଆଉ କେହି କେହି ଫାଇବରରେ କାମ କରି ଦେଶର ବୀର ବିପ୍ଲବୀମାନଙ୍କ ପ୍ରତିମୂର୍ତ୍ତି କରିବାରେ ସିଦ୍ଧହସ୍ତ । ତେଣୁ ମହାଳପଡାର ମୂର୍ତ୍ତିକାରୀଗର ନିଜ ଗାଁ ପାଇଁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଆଣିପାରିଛନ୍ତି । ଏବେ ଅଧିକଂଶଙ୍କଘରେ ପାର୍ବଣ ଋତୁ ଥିବାରୁ ଶୋଭା ପାଉଛନ୍ତି ସିଦ୍ଧିଦାତା ଗଣେଷଙ୍କ ପ୍ରତିମୂର୍ତ୍ତି, ମା ମଙ୍ଗଳା(ଖୁଦୁରୁକୁଣୀ) ପ୍ରତିମୂର୍ତ୍ତି । କଞ୍ଚାମାଟିକୁ ଅତି ଯତ୍ନସହକାରେ ଚକଟି ସେଥିରେ ବିଭିନ୍ନ ଉପାଦାନ ମିଶାଇ ମୂର୍ତ୍ତି ତିଆରି କରୁଛନ୍ତି। କରୋନା କାଳରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ କିଭଳି ଉପାର୍ଜନ କଲେ ସେମାନେ ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ପରିବାର ସହ ଲାଗିପଡିଛନ୍ତି ମୂର୍ତ୍ତିଗଢା କାମରେ। ତେଣୁ କରୋନା ର ନିମ୍ନଗାମୀ ଧାରା ସେମାନଙ୍କ ଓଠରେ ଚେନ୍ନାଏ ହସ ଫୁଟାଇଥିବା ବେଳେ ହୃଦୟରେ ଭରି ଦେଇଛି ଆଗକୁ ବଢିବାର ଆତ୍ମବିଶ୍ୱାସ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories