www.samajalive.in
Saturday, December 6, 2025
16.1 C
Bhubaneswar

ସିନାପାଲିରେ ୨୯ କରୋନା ପଜିଟିଭ ଚିହ୍ନଟ

ସିନାପାଲି : ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସିନାପାଲିରେ ୨୯ ଜଣଙ୍କ ନମୁନା ପଜିଟିଭି ଆସିଥିବା ଜଣାପଡ଼ିଛି। ସିନାପାଲି ବ୍ଲକ ଗୋଡ଼ାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଣପଡ଼ା ଗ୍ରାମର ୫୬ ଜଣଙ୍କ ନମୁନା ନିଆଯାଇ ଥିଲା। ତନ୍ମଧ୍ୟରୁ  ଆଜି ୨୯ ଜଣଙ୍କ ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ ଜଣାପଡ଼ିଥିବା ସିନାପାଲି ସ୍ୱାସ୍ଥ୍ୟ ଅଧିକାରୀ ତାରାକାନ୍ତ ଦାସ ସୂଚନା ଦେଇଛନ୍ତି। ଦୁଇଦିନ ତଳେ ଉକ୍ତ ଗ୍ରାମର ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିଲା। ଦୀର୍ଘ ଦିନ ପରେ କରୋନାର ଦ୍ବିତୀୟ ଲହରିରେ ସିନାପାଲି ଅଞ୍ଚଳରେ ଏଭଳି କରୋନା ପଜିଟିଭି ଚିହ୍ନଟକୁ ନେଇ ବିଭିନ୍ନ ମହଲରେ ଭୟର ବାତାବରଣ ଦେଖାଦେଇଛି। ସିନାପାଲି ଅଞ୍ଚଳରେ ହଠାତ ଏଭଳି କରୋନା ପଜିଟିଭ ଚିହ୍ନଟକୁ ନେଇ ବିଭାଗୀୟ ଅଧିକାରୀ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ତଦନ୍ତ ଚାଲିଛି, କିପରି ଏଠାରେ ହଠାତ ବହୁ ମାତ୍ରାରେ ପଜିଟିଭି ଦେଖା ଦେଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ ହୋଇ କରୋନା କଟକଣା ତଥା ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories