www.samajalive.in
Sunday, December 7, 2025
14.1 C
Bhubaneswar

ବଡ଼ସାହି ବିଡ଼ିଓ ସମେତ ୩୫ଜଣ କରୋନା ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୯

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଜିଲାର ୨୬ଟି ବ୍ଲକରୁ ସଂକ୍ରମିତ ଚିହ୍ନଟ ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଥିବା ଏହି ବ୍ଲକରୁ ସୋମବାର ପୁଣି ୩୫ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୯ରେ ପହଞ୍ଚିଛି। ଏହି ୩୫ଜଣ ସଂକ୍ରମିତଙ୍କ ମଧ୍ୟରୁ ବଡ଼ସାହି ବିଡ଼ିଓ କରୁଣାକର ଧିନ୍ଦାଙ୍କର ରିପୋର୍ଟ ପଜିଟିଭ ଜଣାପଡ଼ିଛି। ସେ ଆଜି ଠାରୁ ଘରୋଇ ସଂଗରୋଧରେ ରହିବା ସାଙ୍ଗକୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କୋଭିଡ଼ ପରୀକ୍ଷା କରିବାକୁ ସେ ନିବେଦନ କରିଛନ୍ତି। ବିଡ଼ିଓଙ୍କୁ ମିଶାଇ ଆଜି ବଡ଼ସାହି ପଞ୍ଚାୟତରୁ ସର୍ବାଧିକ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ଗୁଡ଼ିଆଲବନ୍ଧରୁ ୪ଜଣ, ବଳଭଦ୍ରପୁରରୁ ୩ଜଣ, ମାଣତ୍ରୀ, ଦେଉଳିଆ, ଜାରକାଣୀ ଓ ଚନ୍ଦନପୁରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଡ଼ିହା, ମାଧପୁର, ତାଳପଦା, ଦୁର୍ଗାପୁର, ନାଉପାଳ ଓ ମାନଗୋବିନ୍ଦପୁର ପଞ୍ଚାୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ପଞ୍ଚାୟତୱାରୀ ଚିହ୍ନଟ ସଂଖ୍ୟା ଭିତିରେ ରବିବାର ପର୍ଯ୍ୟନ୍ତ ବଡ଼ସାହିରୁ ସର୍ବାଧିକ ୧୭୨ଜଣ ଚିହ୍ନଟ ହୋଇଥିବା ବେଳେ ମାଣତ୍ରୀରୁ ୬୭, ମାନଗୋବିନ୍ଦପୁରରୁ ୫୪, ଗୁଡ଼ିଆଲବନ୍ଧରୁ ୪୭, ସାନକେରକୋରୁ ୪୨, ଦେଉଳିଆ ଓ ଯୋଗୀନୂଆଗାଁରୁ ୩୬ଜଣ ଲେଖାଏଁ, କେନ୍ଦୁଡ଼ିହାରୁ ୩୫, ଚନ୍ଦନପୁରରୁ ୩୩, ଦୁର୍ଗାପୁରରୁ ୨୭, ବଳଭଦ୍ରପୁରରୁ ୨୫, ତାଳପଦାରୁ ୨୨, ନାଉପାଳ ଓ ଖାନୁଆରୁ ୨୧ଜଣ ଲେଖାଏଁ,  କୋଚିଳାଖଣ୍ଟାରୁ ୧୯, ଜାରକାଣୀ ଓ ଭୀମିଦାରୁ ୧୮ଜଣ ଲେଖାଏଁ, ମାଧପୁରରୁ ୧୭, ପଟିସାରୀରୁ ୧୫, ସୁହାଗପୁରରୁ ୧୫, ପୂର୍ଣ୍ଣଚନ୍ଦ୍ରପୁର ଓ ଶାଳଗାଁରୁ ୧୩ଜଣ ଲେଖାଏଁ, ପ୍ରତାପପୁର ଓ ପାଉଁଶିଆରୁ ୧୨ଜଣ ଲେଖାଏଁ, ବୀରେଶ୍ୱରପୁରରୁ ୧୦, ଛେଳିଆ(କ)ରୁ ୧୨, ଯଦୁନାଥପୁରରୁ ୯,  ଶିଆଳିଘାଟୀ ଓ ଟଙ୍ଗାଶୋଳରୁ ୪ଜଣ ଲେଖାଏଁ ଏବଂ ଉଠାଣୀନୂଆଗାଁ ପଞ୍ଚାୟତରୁ ଜଣେ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories