www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଅନୁଗୁଳରେ ୫୦ କରୋନା ପଜିଟିଭ୍ ଚିହ୍ନଟ, ୩ ମୃତ୍ୟୁ

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରେ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ତାଳଚେର ବ୍ଳକ ଅଞ୍ଚଳରୁ  ୨ ଜଣ ଓ ଅନୁଗୁଳ ପୌରାଞ୍ଚଳରୁ ଜଣେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତ।

ମିଳିଥିବା ସୂଚନା ଅନୁଯାୟୀ, ବନରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରେ ଗୋଟିଏ ଶିଳ୍ପାଞ୍ଚଳରୁ କେବଳ ୧୩ ଜଣ (୮ ପୁରୁଷ ଓ ୫ ମହିଳା) ରହିଛନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୪ ଜଣଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୫ ଜଣ ମହିଳା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଅନ୍ୟ ଦୁଇ ଜଣ ୫୧ ଓ ୪୩ ବର୍ଷୀୟ ଆକ୍ରାନ୍ତ ପୁରୁଷ ଭୁବନେଶ୍ୱର ର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

- Advertisement -

ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଚିହ୍ନଟ ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ସେହିପରି କଣିହାଁ ବ୍ଳକ ଅଞ୍ଚଳରୁ ଚିହ୍ନଟ ୪ ଜଣଙ୍କ ମଧ୍ୟରେ ଏକ ଶିଳ୍ପାଞ୍ଚଳରୁ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଛୋଟ ଝିଅ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଏକ ଗ୍ରାମରୁ ଜଣେ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳ ପୌରାଞ୍ଚଳରେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ୫୫ ବର୍ଷୀୟ ପୁରୁଷ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭କୁ ଛୁଇଁଛି। ଏହା ମଧ୍ୟରେ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ହୋମ ଆଇସୋଲେସ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥବା ୩୬୦ କୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୩୭୭ ରେ ପହଁଚିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories