www.samajalive.in
Monday, December 15, 2025
26.1 C
Bhubaneswar

ଶିଶୁଙ୍କ କୋଭିଡ୍‌ ଟିକାର ଦାମ୍‌ ମାତ୍ର ୧୪୫ ଟଙ୍କା- ୫ରୁ ୧୨ ବର୍ଷ ବୟସ୍କ ଶିଶୁଙ୍କୁ ଜରୁରୀ କାଳୀନ ଭାବେ କୋର୍ବେଭାକ୍ସ ଟିକା ଦେବାକୁ ଅନୁମତି ମାଗିଲା ବାୟୋଲଜିକାଲ୍‌-ଇ

 

ନୂଆଦିଲ୍ଲୀ – ହାଇଦ୍ରାବାଦସ୍ଥିତ ସ୍ୱଦେଶୀ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲଜିକାଲ ଇ ଶିଶୁମାନଙ୍କୁ ଏହା ଦ୍ୱାରା ନିର୍ମିତ ଟିକା କୋର୍ବଭାକ୍ସକୁ ଜରୁରୀକାଳୀନ ଭାବେ ଦେବା ପାଇଁ ଅନୁମତି ମାଗିଛି । ଏଥିପାଇଁ ଆବଶ୍ୟକୀୟ ତଥ୍ୟ କମ୍ପାନୀ ପକ୍ଷରୁ ଡିଜିସିଏଙ୍କ ନିକଟରେ ଦାଖଲ କରାଯାଇଛି ।

- Advertisement -

କୋର୍ବେଭାକ୍ସ ଟିକାକୁ ୧୨ରୁ୧୮ ବର୍ଷର ପିଲାଙ୍କୁ ଦେବା ପାଇଁ ଅନୁମତି ଦିଆଯାଇଛି । ଏହାର ସଫଳ ମାନବୀୟ ପରୀକ୍ଷଣ ପରେ କିଶୋର ବର୍ଗ ବୟସ୍କଙ୍କୁ ଏହି ଟିକା ଦେବା ପାଇଁ ଅନୁମତି ଦିଆଯାଇଥିଲା । ଏବେ ଶିଶୁମାନଙ୍କୁ ଏହି ଟିକା ଦେବା ପାଇଁ କମ୍ପାନୀ ଅନୁମତି ମାଗିଛି ।

ପଢନ୍ତୁ – କିଏ ଜିତିବ ନିର୍ବାଚନ!

ଏହି ଟିକାର ଦାମ ମାତ୍ର ୧୪୫ ଟଙ୍କା । ବିଭିନ୍ନ କର ପୂର୍ବରୁ ଏହାକୁ କମ୍ପାନୀ ୧୪୫ ଟଙ୍କାରେ ଉପଲପବ୍ଧ କରାଉଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଏହାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ କରାଯାଇଥିଲା। ଦେଶରେ ତୃତୀୟ ଲହର ପରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଦେଶରେ ପ୍ରାୟ ୧୮୦ କୋଟି ଟିକା ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌କୁ ମିଶାଇ ଦିଆଯାଇ ସରିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories