www.samajalive.in
Saturday, December 6, 2025
26.1 C
Bhubaneswar

ରୋଷେଇ ସମ୍ବନ୍ଧୀୟ କିଛି ଟିପ୍ସ

ଚକୁଳି ପିଠା ବା ଦୋସା ପ୍ରସ୍ତୁତ କରିବା ପାଇଁ ରଖିଥିବା ଆଣ ବା ପିଠଉ ଖଟା, ଆମ୍ବିଳା ହୋଇ ଯାଇଥିଲେ ସେଥିରେ ନଡିଆକୁ ପେଷି ପକାଇ ଦିଅନ୍ତୁ। ତାହା ଆଉ ଖଟା ଲାଗିବ ନାହିଁ।

ଲଙ୍କା ରଖୁଥିବା ଡବାରେ ହେଙ୍ଗୁ ପକାଇ ରଖନ୍ତୁ। ଏପରି କରିବା ଦ୍ବାରା ଲଙ୍କା ଅଧିକ ଦିନ ସତେଜ ଓ ସାଇତି ହୋଇ ରହିଥାଏ।

- Advertisement -

ଆଳୁ ଗରମ ପାଣିରେ ସିଝି ଯିବା ପରେ ତାହାକୁ ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଆଳୁରୁ ଚୋପା ଭଲ ଭାବେ ଛାଡିବ।

ଅଧିକ ପାଚି ଯାଇଥିବା ସେଓରେ ଲେମ୍ବୁ ରସ ଲଗାଇ ରଖନ୍ତୁ। ଏପରି କରିବା ଦ୍ବାରା ସେଓ​‌ରେ ଆଉ କଳା ଦାଗ ପଡିବ ନାହିଁ।

ଲେମ୍ବୁ କାଟିବା ପୂର୍ବରୁ ତାହାକୁ ଉଷୁମ ପାଣିରେ ପକାଇ ରଖନ୍ତୁ। ଏପରି କରିବା ଦ୍ବାରା ଲେମ୍ବୁ କାଟିଲେ ଅଧିକ ରସ ବାହାରିବ।

ଚିନି ରଖି ଥିବା ଡବାରେ ୬-୭ଟି ଲବଙ୍ଗ ରଖିବା ଦ୍ବାରା ସେଥିରେ ଆଉ ପିମ୍ପୁଡି ଲାଗିବ ନାହିଁ।

ଭାତ ପ୍ରସ୍ତୁତ କରି ତାର ପେଜରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ। ଅଧ ଘଣ୍ଟା ପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତ। ଏପରି କରିବା ଦ୍ବାରା କେଶ କୋମଳ ହେବା ଦ୍ବାରା ଚମକ ବୃଦ୍ଧି ପାଇଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories